କନକ ବ୍ୟୁରୋ: ଅଢ଼େଇ ଦଶନ୍ଧି ଧରି ଆଇସିସି ଟ୍ରଫି ଜିତି ନଥିବା ଦକ୍ଷିଣ ଆଫ୍ରିକା ଏବେ ବିଜୟର ନିକଟତର ହୋଇଛି । ବଡ଼ ବଡ଼ ମ୍ୟାଚରେ ପ୍ରୋଟିଆଜ୍ ଦଳ ସେମି ଫାଇନାଲ ନହେଲେ ଫାଇନାଲରେ ପରାଜୟ ବରଣ କରିଥାଏ ଫଳରେ ଦକ୍ଷିଣ ଆଫ୍ରିକାକୁ ଚୋକର୍ସ ଦଳ ବୋଲି କୁହାଯାଏ ହେଲେ ଏବେ ଏହି ଟ୍ୟାଗ ହଟିବାକୁ ଯାଉଛି । ପ୍ରଥମ ପାଳିରେ ୭୪ ରନ୍ ପଛୁଆ ରହିବା ସତ୍ତ୍ବେ ଦ୍ବିତୀୟ ପାଳିରେ ଭଲ ବ୍ୟାଟିଂ କରି ବିଜୟ ସମ୍ଭାବନା ବଢ଼ାଇଛି । ଅଷ୍ଟ୍ରେଲିଆର ଦ୍ବିତୀୟ ପାଳି ୨୦୭ ରନ୍ରେ ଅଟକିଯିବାରୁ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୨୮୨ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା । ଦକ୍ଷିଣ ଆଫ୍ରିକାର ରିଆନ୍ ରିକେଲଟନ୍ ୬ ରନ୍ ଓ ୱିଆନ୍ ମୁଲ୍ଡର ୨୭ ରନରେ ଆଉଟ ହୋଇ ଦଳକୁ ସମସ୍ୟା ପକାଇଥିଲେ ହେଲେ ଅଭିଜ୍ଞ ବ୍ୟାଟର ବଭୁମା ଓ ମାର୍କରାମଙ୍କ ଧର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କଙ୍ଗାରୁ ଦଳକୁ ପରାଜୟର ରାସ୍ତା ଦେଖାଇଛି । ମାର୍କରାମଙ୍କ ଶତକ ଏବଂ ଅଧିନାୟକ ତେମ୍ବା ବଭୁମାଙ୍କ ଅର୍ଦ୍ଧଶତକ ଦକ୍ଷିଣ ଆଫ୍ରିକାକୁ ଦୃଢ଼ ସ୍ଥିତି ଦିଗରେ ଆଗେଇ ନେଇଛି । ତୃତୀୟ ଦିନ ଖେଳ ଶେଷ ବେଳକୁ ଦକ୍ଷିଣ ଆଫ୍ରିକା ୨ ୱିକେଟ୍ ହରାଇ ୨୧୩ ରନ୍ ସଂଗ୍ରହ କରିଥିଲା ଅନ୍ୟପଟେ ପୂର୍ବତନ ଅଷ୍ଟ୍ରେଲିଆ ଖେଳାଳିମାନେ ଅଧିନାୟକ ପ୍ୟାଟ କମିନ୍ସଙ୍କ କ୍ୟାପଟେନ୍ସିଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି ।