କନକ ବ୍ୟୁରୋ: ଅଢ଼େଇ ଦଶନ୍ଧି ପରେ ଆଇସିସି ଟ୍ରଫି ଜିତିବାରେ ସଫଳ ହୋଇଛି ଦକ୍ଷିଣ ଆଫ୍ରିକା ଟିମ୍ । ଚାମ୍ପିୟନ୍ସ ଟ୍ରଫି ଜିତି ଦକ୍ଷିଣ ଆଫ୍ରିକା ଇତିହାସ ରଚିଛି । କାରଣ ଦଳ ୨୭ ବର୍ଷ ପରେ କୌଣସି ଆଇସିସି ଟ୍ରଫି ଜିତିବାରେ ସଫଳ ହୋଇଛି । ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ମ୍ୟାଚରେ ୫ ଓ୍ୱିକେଟରେ ପରାସ୍ତ କରିଛି । ଆଉ ଚୋକର୍ସରୁ ଚାମ୍ପିୟନ ହୋଇଛି ।
ବଡ଼ ବଡ଼ ମ୍ୟାଚରେ ପ୍ରୋଟିଆଜ୍ ଦଳ ସେମି ଫାଇନାଲ ନହେଲେ ଫାଇନାଲରେ ପରାଜୟ ବରଣ କରିଥାଏ ଫଳରେ ଦକ୍ଷିଣ ଆଫ୍ରିକାକୁ ଚୋକର୍ସ ଦଳ ବୋଲି କୁହାଯାଏ ହେଲେ ଏବେ ଏହି ଟ୍ୟାଗ ହଟିଯାଇଛି । ପ୍ରଥମ ପାଳିରେ ୭୪ ରନ୍ ପଛୁଆ ରହିବା ସତ୍ତ୍ବେ ଦ୍ବିତୀୟ ପାଳିରେ ଭଲ ବ୍ୟାଟିଂ କରି ବିଜୟ ସମ୍ଭାବନା ଦକ୍ଷିଣ ଆଫ୍ରିକାର ବିଜୟ ସମ୍ଭାବନା ବଢ଼ାଇଥିଲା । ଅଷ୍ଟ୍ରେଲିଆର ଦ୍ବିତୀୟ ପାଳି ୨୦୭ ରନ୍ରେ ଅଟକିଯିବାରୁ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୨୮୨ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା । ଦକ୍ଷିଣ ଆଫ୍ରିକାର ଅଭିଜ୍ଞ ବ୍ୟାଟର ବଭୁମା ଓ ମାର୍କରାମଙ୍କ ଧର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କଙ୍ଗାରୁ ଦଳକୁ ପରାଜୟର ରାସ୍ତା ଦେଖାଇଛି । ମାର୍କରାମଙ୍କ ଶତକ ଏବଂ ଅଧିନାୟକ ତେମ୍ବା ବଭୁମାଙ୍କ ଅର୍ଦ୍ଧଶତକ ଦକ୍ଷିଣ ଆଫ୍ରିକାକୁ ଦୃଢ଼ ସ୍ଥିତି ଦିଗରେ ଆଗେଇ ନେଇଥିଲା । ତୃତୀୟ ଦିନ ଖେଳ ଶେଷ ବେଳକୁ ଦକ୍ଷିଣ ଆଫ୍ରିକା ୨ ୱିକେଟ୍ ହରାଇ ୨୧୩ ରନ୍ ସଂଗ୍ରହ କରିଥିଲା । ଆଉ ଶେଷରେ ୫ ଓ୍ୱିକେଟରେ ଅଷ୍ଟ୍ରେଲିଆକୁ ହରାଇ ଦଳ ଟେଷ୍ଟ ଚାମ୍ପିୟନସିପରେ ବିଜୟୀ ହୋଇଛି ।