କନକ ବ୍ୟୁରୋ: ସୌରଭ ଗାଙ୍ଗୁଲିଙ୍କ କାର ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ଭାରତର ପୂର୍ବତନ ଅଧିନାୟକ । ପଶ୍ଚିମବଙ୍ଗ ଦୁର୍ଗାପୁର ଏକ୍ସପ୍ରେସୱେ’ରେ ତାଙ୍କ କାର ଦୁର୍ଘଟଣାର ଶିକାର ହୋଇଛି । ତେବେ ଗାଙ୍ଗୁଲିଙ୍କୁ କୌଣସି ପ୍ରକାରର କ୍ଷତି ହୋଇନାହିଁ । ଏକ କାର୍ୟ୍ୟକ୍ରମରେ ଯୋଗଦେବା ପାଇଁ ବର୍ଦ୍ଧମାନ ଯାଉଥିଲେ ଦାଦା । ତେବେ ଦୁର୍ଗାପୁର ଏକ୍ସପ୍ରେସୱେ’ର ଦନ୍ତନପୁର ନିକଟରେ ହଠାତ ଏକ ଟ୍ରକ ତାଙ୍କ ଗାଡ଼ି ଆଗକୁ ଚାଲିଆସିଥିଲା । ଗାଙ୍ଗୁଲିଙ୍କ ଗାଡ଼ିର ଡ୍ରାଇଭର ବ୍ରେକ୍ ମାରିବାରୁ ପଛରେ ଥିବା କାର୍ ପରସ୍ପରକୁ ଧକ୍କା ଦେଇଥିଲା । ଯେଉଁଥିରେ ଗାଙ୍ଗୁଲିଙ୍କ କାର୍ ମଧ୍ୟ ଧକ୍କା ହୋଇଥିଲା । ଗାଙ୍ଗୁଲି କିମ୍ବା ତାଙ୍କ ସହିତ ଯାଉଥିବା କାହାରିକୁ କୌଣସି କ୍ଷତି ହୋଇନାହିଁ । କିନ୍ତୁ ସାମାନ୍ୟ ଦୁର୍ଘଟଣା ପାଇଁ ତାଙ୍କୁ କିଛି ସମୟ ରହିବାକୁ ପଡ଼ିଥିଲା । ଏହାପରେ ବର୍ଦ୍ଧମାନ ବିଶ୍ବବିଦ୍ୟାଳୟର କାର୍ୟ୍ୟକ୍ରମରେ ଯୋଗଦେବାକୁ ଚାଲିଯାଇଥିଲେ ।
ବର୍ଷା ସମୟରେ ସୌରଭ ଗାଙ୍ଗୁଲିଙ୍କ କନଭୟ ସ୍ୱାଭାବିକ ଗତିରେ ଯାଉଥିଲା । ଏହି ସମୟରେ, ଏକ ଟ୍ରକ ଦ୍ରୁତ ଗତିରେ କନଭୟ ପାଖକୁ ଆସି ଗୋଟିଏ କାର୍କୁ ଧକ୍କା ଦେଇଥିଲା । ଯାହା ଫଳରେ ଏହି ଦୁର୍ଘଟଣା ଘଟିଥିଲା । ନିୟନ୍ତ୍ରଣ କରିବା ପାଇଁ ତାଙ୍କ ଡ୍ରାଇଭର ହଠାତ୍ ବ୍ରେକ୍ ଲଗାଇଥିଲେ ସୁଦ୍ଧା ଦୁର୍ଘଟଣାକୁ ରୋକି ପାରିଲେନି । ଏହି ଦୁର୍ଘଟଣାରେ ଗାଙ୍ଗୁଲିଙ୍କ କାର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । କିନ୍ତୁ ସୌଭାଗ୍ୟବଶତଃ କେହି ଆହତ ହୋଇ ନାହନ୍ତି । ତେବେ ତାଙ୍କ କନଭୟରେ ଥିବା ଅନ୍ୟ ଦୁଇଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ, ଗାଙ୍ଗୁଲିଙ୍କୁ ପ୍ରାୟ ୧୦ ମିନିଟ୍ ପାଇଁ ରାସ୍ତାରେ ଅଟକିବାକୁ ପଡିଲା, ଏହାପରେ ସେ ତାଙ୍କର ଯାତ୍ରା ଜାରି ରଖିଥିଲେ ଏବଂ ବର୍ଧମାନ ବିଶ୍ୱବିଦ୍ୟାଳୟର କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଘଟଣାରେ ସୌରଭ ଗାଙ୍ଗୁଲି ସୁରକ୍ଷିତ ଥିବା ବେଳେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି ।