କନକ ବ୍ୟୁରୋ: ସୁଟିଂ ସେଟରେ ଷ୍ଟଣ୍ଟ କରୁଥିବାବେଳେ ଚାଲିଗଲା ଜୀବନ । ଏକ ଦକ୍ଷିଣ ଭାରତୀୟ ସିନେମାର ସୁଟିଂ ବେଳେ ଘଟିଛି ଅଘଟଣ । ଷ୍ଟଣ୍ଟ ସଟ୍ ସୁଟିଂ ବେଳେ ଚାଲିଯାଇଛି କଳାକାରଙ୍କ ଜୀବନ । ଏକ ହାଇ-ରିସ୍କ୍ କାର୍ ଷ୍ଟଣ୍ଟ୍ କରୁଥିବା ବେଳେ ସାଉଥ ସିନେ ଜଗତର ଜଣାଶୁଣା ଷ୍ଟଣ୍ଟମ୍ୟାନ୍ ଏସ.ଏମ ରାଜୁଙ୍କ ମୃତ୍ୟୁ ହୋଇଛି । ରାଜୁ ଫିଲ୍ମ ପାଇଁ କାର ଟପ୍ଲିଂ ସିକ୍ୱେନ୍ସ କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣା ବେଳର ଏକ ଭୟଙ୍କର ଭିଡିଓ ଅନଲାଇନରେ ଲିକ୍ ହୋଇଛି । ଅନେକ ଫିଲ୍ମରେ ରାଜୁଙ୍କ ସହିତ ସହଯୋଗ କରିଥିବା ଅଭିନେତା ବିଶାଲ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ତାଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଛନ୍ତି । “କାର ଟପ୍ଲିଂ ସିକ୍ୱେନ୍ସ କରୁଥିବା ସମୟରେ ଷ୍ଟଣ୍ଟ କଳାକାର ରାଜୁଙ୍କ ମୃତ୍ୟୁ ହୋଇଥିବା ବିଶ୍ୱାସ କରିବା କଷ୍ଟକର,” ବୋଲି ବିଶାଲ ଦୁଃଖ ପ୍ରକାଶ କରି ଲେଖିଛନ୍ତି ।
ଷ୍ଟଣ୍ଟ ବେଳେ ଚାଲିଗଲା ଅଭିନେତାଙ୍କ ଜୀବନ: ସାଉଥ୍ ସିନେ ଜଗତର ଜଣାଶୁଣା ଷ୍ଟଣ୍ଟମ୍ୟାନ ଏସ.ଏମ୍ ରାଜୁଙ୍କ ମୃତ୍ୟୁ
ରାଜୁ ଫିଲ୍ମ ପାଇଁ କାର ଟପ୍ଲିଂ ସିକ୍ୱେନ୍ସ କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣା ବେଳର ଏକ ଭୟଙ୍କର ଭିଡିଓ ଅନଲାଇନରେ ଲିକ୍ ହୋଇଛି ।
/kanak/media/media_files/2025/07/14/act-2025-07-14-17-00-50.jpg)