କନକ ବ୍ୟୁରୋ : ବିଧାନସଭାରେ ହଙ୍ଗାମାକୁ ନେଇ ମୁହାଁମୁହିଁ ଦୁଇ ମହିଳା ବିଧାୟିକା । ବିଜେପି ବିଧାୟିକା ଉପାସନା ବନାମ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋଷ । ହଙ୍ଗାମା ଓ ହଟ୍ଟଗୋଳ ଭିତରେ ସ୍ବାଭାବିକ ଚାଲିପାରୁନାହିଁ ଗୃହ । ଆଉ ଏହାକୁ ନେଇ ବିଧାନସଭାରେ ବିଜେପି ବିଧାୟିକା ଉପାସନା ମହାପାତ୍ର କଂଗ୍ରେସ ବିଧାୟିକାଙ୍କୁ କରିଛନ୍ତି ଆକ୍ଷେପ ।
କଂଗ୍ରେସ ବିଧାୟକ, ପୋଡିୟମ ଉପରକୁ ଚଢ଼ି ମହିଳା ବାଚସ୍ପତିଙ୍କୁ ଅସମ୍ମାନ କରୁଛନ୍ତି, ଆଉ ସେହି ସ୍ଥାନରେ କଂଗ୍ରେସର ମହିଳା ବିଧାୟିକା ବି ଉପସ୍ଥିତ ରହୁ ନାହାଁନ୍ତି ବୋଲି ସୋଫିଆଙ୍କୁ କଟାକ୍ଷ କରି କହିଛନ୍ତି ଉପାସନା । ଯାହାକୁ ନେଇ ଗୃହ ବାହାରେ ଜବାବ ରଖିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ସେପଟେ ମହିଳା ବାଚସ୍ପତିଙ୍କୁ ଅସମ୍ମାନ ନେଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଜେପି ବିଧାୟିକା ଉପାସନା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/03/11/zzWQUTgw5JUmmiyl4y3d.jpg)