ସୋଫିଆ ଫିର୍ଦ୍ଦୋସଙ୍କ ସରପ୍ରାଇଜ୍ ଭିଜିଟ୍ ; ଅବକାରୀ କମିଶନଙ୍କ କାର୍ଯ୍ୟାଳୟର ସ୍ଥିତି ଦେଖି ଅସନ୍ତୋଷ ବିଧାୟିକା

କଟକ ଅବକାରୀ କମିସନରଙ୍କ କାର୍ଯ୍ୟାଳୟରେ ଅଚାନକ ପହଞ୍ଚିଲେ ବିଧାୟିକା ସୋଫିଆ ଫିର୍ଦ୍ଦୋସ । କାର୍ଯ୍ୟାଳୟରେ କିନ୍ତୁ ନଥିଲେ ଅବକାରୀ କମିସନର ନରସିଂହ ଭୋଳ। ଏହାପରେ ଅଫିସ ଭିତରେ ବୁଲି ଦେଖିଲେ ବିଧାୟିକା।

sofia

କନକ ବ୍ୟୁରୋ:  କଟକ ଅବକାରୀ କମିସନରଙ୍କ କାର୍ଯ୍ୟାଳୟରେ ଅଚାନକ ପହଞ୍ଚିଲେ ବିଧାୟିକା ସୋଫିଆ ଫିର୍ଦ୍ଦୋସ । କାର୍ଯ୍ୟାଳୟରେ କିନ୍ତୁ ନଥିଲେ ଅବକାରୀ କମିସନର ନରସିଂହ ଭୋଳ। ଏହାପରେ ଅଫିସ ଭିତରେ ବୁଲି ଦେଖିଲେ ବିଧାୟିକା। 

ଏହି କାର୍ଯ୍ୟାଳୟଟି ଏବେ ଭୁବନେଶ୍ୱର ରୂପାଲି ଛକ ସ୍ଥିତ ଇପକଲ ଟାୱାରକୁ ସ୍ଥାନାନ୍ତର ହେଉଛି। ବିଧାୟିକା ସୋଫିଆ ଫିର୍ଦ୍ଦୋସ ଏପରି କାମକୁ କିନ୍ତୁ ନାପସନ୍ଦ କରିଛନ୍ତି। ଏହାକୁ ନେଇ ସେ ବିଧାନସଭାରେ ନିଜର ଆଭିମୁଖ୍ୟ ରଖିଥିଲେ। ପରେ ସିଡିଏ ସ୍ଥିତ କୃଷକ ବଜାରକୁ ଆସି କାର୍ୟ୍ୟାଳୟରେ ଅନୁଧ୍ୟାନ କରିଥିଲେ। ଶହ ଶହ ଫାଇଲ୍ ଓ କାଗଜପତ୍ର ତଳେ ପଡ଼ିଥିବା ଦେଖି ବିଧାୟିକା ଅସନ୍ତୋଷ ପ୍ରକାଶ କରିଥିଲେ। ଆଉ କମିସନର ନଥିବା ଦେଖି ତାଙ୍କୁ ଫୋନ୍ କରିଥିଲେ। ପରେ କାର୍ଯ୍ୟାଳୟ ସ୍ଥାନାନ୍ତର ନେଇ ନିର୍ଦ୍ଦେଶନାମା ରହିଛି କି ନାହିଁ ଫୋନ୍ ଯୋଗେ କମିସନରଙ୍କୁ ପଚାରିଥିଲେ। ଆଉ ଏ ଦିଗରେ ତଦନ୍ତ ହେବ ବୋଲି ସେ କହିଛନ୍ତି। 

ମିଳିଥିବା ସୂଚନା ଅନୁସାରେ ଆଇପିଏସ ଆଶିଷ ସିଂହ ଯେତେବେଳେ ଅବକାରୀ କମିଶନର ଥିଲେ ସେତେବେଳେ କାର୍ଯ୍ୟାଳୟ ସ୍ଥାନାନ୍ତର ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ୩ ବର୍ଷ ତଳେ କଟକରେ ଅବକାରୀ କମିସନରଙ୍କ ନୂଆ କୋଠା ତିଆରି ହୋଇଥିଲା। ସେଠାରେ ପୂର୍ବରୁ ଥିବା ବସ୍ତି ବାସିନ୍ଦାଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନ ନାକେଦମ ହୋଇଥିଲା। ଅନେକ ବାସିନ୍ଦାଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି। ଏଭଳି ପରିସ୍ଥିତିରେ ଖୋଲିଥିବା ଅବକାରୀ କମିସନରଙ୍କ କାର୍ଯ୍ୟାଳୟକୁ ଛାଡ଼ି ଭୁବନେଶ୍ୱର ସ୍ଥାନାନ୍ତର କରି ୪ ଲକ୍ଷ ଟଙ୍କା ଭଡ଼ା ଦେବା ଘଟଣା ଚିନ୍ତାଜନକ ପ୍ରସଙ୍ଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe