କନକ ବ୍ୟୁରୋ :ପାର୍ଟ ପ୍ଲଟ୍‌ ପଞ୍ଜୀକରଣ ପାଇଁ ଜାରି ହେଲା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର ବା ଏସଓପି । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ହୋଇଛି ଏସଓପି । ଜମି ବିକ୍ରିର ସରଳୀକରଣ ହୋଇଛି । ଗ୍ରାମାଞ୍ଚଳରେ ଜଳାଶୟ ବ୍ୟତୀତ ଅନ୍ୟ ସମସ୍ତ ପ୍ରକାର କିସମର ଜମି ଲାଗି ବିନା କୌଣସି ଅନୁମୋଦନରେ ହୋଇପାରିବ ପାର୍ଟ ପ୍ଲଟ୍‌ ପଞ୍ଜିକରଣ । ଜଳାଶୟ କିସମ ଜମି କ୍ଷେତ୍ରରେ ପାର୍ଟ ପ୍ଲଟ୍‌ ନୁହେଁ, ସମ୍ପୂର୍ଣ୍ଣ ପ୍ଲଟ୍‌ର ପଞ୍ଜୀକରଣ ସମ୍ଭବପର ହୋଇପାରିବ । ଟାଉନ୍‌ ପ୍ଲାନିଂ ଅଥରିଟି ଅଧୀନରେ ଆସୁଥିବା ଅଞ୍ଚଳରେ ଅଥରିଟିର ବିନା ଲିଖିତ ଅନୁମତିରେ ହୋଇପାରିବନି ପାର୍ଟ ପ୍ଲଟ୍‌ ପଞ୍ଜିକରଣ, କିନ୍ତୁ ବଂଶାନୁକ୍ରମିକ ପାରିବାରିକ ଜମି କ୍ଷେତ୍ରରେ ବିନା ଅନୁମୋଦନରେ ପାର୍ଟ ପ୍ଲଟ୍‌ ପଞ୍ଜିକରଣ ହୋଇପାରିବ । ସେହିପରି ଏକ ବଡ଼ ପ୍ଲଟରୁ ଗୋଟିଏ ଥର ପାଇଁ ୫୦୦ ବର୍ଗମିଟରରୁ କମ୍‌ ପରିମାଣର ପାର୍ଟ ପ୍ଲଟ୍‌ ପଞ୍ଜିକରଣକୁ ଅନୁମତି ମିଳିବ । ତେବେ ସେଇ ଜମି ରିଅଲ ଇଷ୍ଟେଟ୍‌ ଉଦ୍ଦେଶ୍ୟରେ ବ୍ୟବହାର ହୋଇପାରିବ ନାହିଁ । ସେହିପରି ଚାଷ ଜମି କ୍ଷେତ୍ରରେ ପାର୍ଟ ପ୍ଲଟ୍‌ ପଞ୍ଜିକରଣ ସମ୍ଭବପର । କିନ୍ତୁ ପାର୍ଟ ପ୍ଲଟ କେବଳ ଚାଷ ଉଦ୍ଦେଶ୍ୟରେ ବ୍ୟବହାର ହୋଇପାରିବ । ଅନ୍ୟପକ୍ଷରେ ଜମି ପଞ୍ଜୀକରଣ ସମୟରେ ସବୁ ଜମିର ସବିଶେଷ ବିବରଣୀ ଯଥା ପ୍ରକୃତ ମ୍ୟାପ, ଜମି ସୀମା ଓ ଘୋଷଣାପତ୍ର ଜରୁରୀ । ଏହାର  ଯାଞ୍ଚ ପରେ ଜମି ପଞ୍ଜିକରଣ କରିବେ ।

Advertisment

ଜମି ବିକ୍ରିର ସରଳୀକରଣ
ପାର୍ଟ ପ୍ଲଟ୍‌ ପଞ୍ଜୀକରଣ ପାଇଁ ଆସିଲା SOP 
ଗ୍ରାମାଞ୍ଚଳରେ ସମସ୍ତ କିସମର ଜମି ବିନା କୌଣସି ଅନୁମୋଦନରେ ହୋଇପାରିବ ପାର୍ଟ ପ୍ଲଟ୍‌ ପଞ୍ଜୀକରଣ
ଜଳାଶୟ କିସମ ଜମି କ୍ଷେତ୍ରରେ ସମ୍ପୂର୍ଣ୍ଣ ପ୍ଲଟ୍‌ର ପଞ୍ଜୀକରଣ ସମ୍ଭବପର
ଟାଉନ୍‌ ପ୍ଲାନିଂ ଅଥରିଟି ଅଧୀନରେ ଆସୁଥିବା ଅଂଚଳରେ ନିୟମ ଅଲଗା
ଅଥରିଟିର ବିନା ଲିଖିତ ଅନୁମତିରେ ହୋଇପାରିବନି ପାର୍ଟ ପ୍ଲଟ୍‌ ପଞ୍ଜୀକରଣ
ବଂଶାନୁକ୍ରମିକ ପାରିବାରିକ ଜମି କ୍ଷେତ୍ରରେ ବିନା ଅନୁମୋଦନରେ ପଞ୍ଜିକରଣ ହୋଇପାରିବ
ବଡ଼ ପ୍ଲଟରୁ ଗୋଟିଏ ଥର ପାଇଁ ୫୦୦ ବର୍ଗମିଟରରୁ କମ୍‌ ପାର୍ଟ ପ୍ଲଟ୍‌ ପଞ୍ଜୀକରଣକୁ ଅନୁମତି 
ସେହି ଜମି ରିଅଲ ଇଷ୍ଟେଟ୍‌ ଉଦ୍ଦେଶ୍ୟରେ ବ୍ୟବହାର ହୋଇପାରିବ ନାହିଁ
ଚାଷ ଜମି କ୍ଷେତ୍ରରେ ପାର୍ଟ ପ୍ଲଟ୍‌ ପଞ୍ଜୀକରଣ ସମ୍ଭବପର
କିନ୍ତୁ ପାର୍ଟ ପ୍ଲଟ କେବଳ ଚାଷ ଉଦ୍ଦେଶ୍ୟରେ ବ୍ୟବହାର ହୋଇପାରିବ
ଜମି ପଞ୍ଜୀକରଣ ବେଳେ ସବୁ ଜମିର ସବିଶେଷ ବିବରଣୀ ଜରୁରୀ
ପ୍ରକୃତ ମ୍ୟାପ, ଜମି ସୀମା ଓ ଘୋଷଣାପତ୍ର ନିହାତି ଦରକାର
ଏହାର  ଯାଞ୍ଚ ପରେ ଜମି ପଞ୍ଜୀକରଣ କରିହେବ