ଖୁବଶୀଘ୍ର ରାଜ୍ୟରେ ଲାଗୁ ହେବ ପେଶା ଆଇନ । ଗୃହରେ ସୂଚନା ଦେଲେ ମନ୍ତ୍ରୀ

Advertisment

ବିଧାନସଭାରେ ଉଠିଲା ସରପଞ୍ଚଙ୍କ କ୍ଷମତା ପ୍ରସଙ୍ଗ । ଆଜି ଏ ସମ୍ପର୍କରେ ଗୃହରେ ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍ । ସେ କହିଛନ୍ତି ଯେ, ସରପଞ୍ଚଙ୍କ କ୍ଷମତାକୁ କ୍ଷୁର୍ଣ୍ଣ କରୁଛନ୍ତି ସରକାର

ବିଧାନସଭାରେ ଉଠିଲା ସରପଞ୍ଚଙ୍କ କ୍ଷମତା ପ୍ରସଙ୍ଗ । ଆଜି ଏ ସମ୍ପର୍କରେ ଗୃହରେ ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍ । ସେ କହିଛନ୍ତି ଯେ, ସରପଞ୍ଚଙ୍କ କ୍ଷମତାକୁ କ୍ଷୁର୍ଣ୍ଣ କରୁଛନ୍ତି ସରକାର

rabi naik

କନକ ବ୍ୟୁରୋ: ବିଧାନସଭାରେ ଉଠିଲା ସରପଞ୍ଚଙ୍କ କ୍ଷମତା ପ୍ରସଙ୍ଗ । ଆଜି ଏ ସମ୍ପର୍କରେ ଗୃହରେ ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍ । ସେ କହିଛନ୍ତି ଯେ, ସରପଞ୍ଚଙ୍କ କ୍ଷମତାକୁ କ୍ଷୁର୍ଣ୍ଣ କରୁଛନ୍ତି ସରକାର, ଯାହାର ଉତ୍ତର ରଖିଛନ୍ତି ମନ୍ତ୍ରୀ । କଂଗ୍ରେସ ବିଧାୟକ ଦଳ ନେତାଙ୍କ ପ୍ରଶ୍ନରେ ଉତ୍ତର ଦେଇ ରବି ନାଏକ କହିଛନ୍ତି, ପୂର୍ବ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସରପଞ୍ଚଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ। କୋଭିଡ ସମୟରେ ପୂର୍ବ ସରକାର ତଥା ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳ କ୍ଷମତା ଦେଇଥିଲେ। କିନ୍ତୁ ନବୀନ ପଟ୍ଟନାୟକ ସରକାରରେ ସରପଞ୍ଚଙ୍କ କ୍ଷମତାକୁ କ୍ଷୁର୍ଣ୍ଣ କରି ପ୍ରତ୍ୟାବର୍ତ୍ତନ କରି ନେଇଥିଲେ । ତାଙ୍କୁ ତାଙ୍କ ଅଧିକାର ବି ଦିଆ ଯାଉନଥିଲା । ଅଫିସର କାର୍ୟ୍ୟ କରୁଥିଲେ କିନ୍ତୁ ଏ ମୋହନ ସରକାରରେ ଲୋକ ପ୍ରତିନିଧି ହିଁ ତାଙ୍କ କ୍ଷମତାର ଅଧିକାରୀ। ଆଦିବାସୀ ଏଥିରେ ଉପକୃତ ହେବେ । ଖୁବଶୀଘ୍ର ରାଜ୍ୟରେ ଆମ ସରକାର ପେଶା ଆଇନ ଲାଗୁ କରିବାକୁ ଯାଉଛନ୍ତି ।ସରପଞ୍ଚଙ୍କର ଥିବା ୨୨ ଟି କ୍ଷମତା ହିଁ ସେ ପ୍ରୟୋଗ କରି ନିଜର କାର୍ୟ୍ୟକାରୀ ପାରିବେ ବୋଲି ମନ୍ତ୍ରୀ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe