କନକ ବ୍ୟୁରୋ : ବିଧାନସଭାରେ ଶପଥ ସହ ନୂଆପଡ଼ାର ବିଧାୟକ ଭାବେ  ନୂଆ ଦାୟିତ୍ବ । ଜୟ ଢୋଲକିଆଙ୍କ ହାତରେ ସାଢେ ୩ ବର୍ଷରୁ କମ ସମୟ । ସେବା ପାଇଁ ସୁଯୋଗ ଦେଇଥିବା ନୂଆପଡାବାସୀଙ୍କୁ ଏବେ ପ୍ରତିଦାନର ସମୟ । ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ପୂରା କରିବା ଜୟଙ୍କ ପାଇଁ ବଡ଼ ଆହ୍ବାନ ।ସମୟ : ଅପରାହ୍ନ ୧ଟା ୧୧ ମିନିଟ୍ । ବିଧାନସଭା ପରିସରକୁ ଆସିଥିଲେ ନୂଆପଡ଼ାର ନବନିର୍ବାଚିତ ବିଧାୟକ ଜୟ ଢୋଲକିଆ । ପବିତ୍ର ଗୃହକୁ ଆସି ବଡ଼ ଦାୟିତ୍ବ ନେବା ପୂର୍ବରୁ ସମ୍ବିଧାନକୁ ମୁଣ୍ଡିଆ ମାରିଥିଲେ । ପରିବାର ସହ ଆସି ବିଧାୟକ ଭାବେ ଶପଥ ନେଇଥିଲେ ଜୟ ଢୋଲକିଆ । ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ବାଚସ୍ପତି ସୁରମା ପାଢୀ । ଏହି ଶପଥପାଠ ସମୟରେ ବିଜେପିର ବରିଷ୍ଠ ନେତୃବୃନ୍ଦ ମଧ୍ୟ ସାମିଲ ହୋଇଥିଲେ । 

Advertisment

ବିଧାୟକ ଭାବେ ଶପଥ ନେବା ପରେ କନକ ନ୍ୟୁଜ୍‌କୁ ବଡ଼ ବୟାନ ଦେଇଛନ୍ତି ଜୟ ଢୋଲକିଆ । କହିଛନ୍ତି, ବିଶ୍ରାମ କରିବାର ସମୟ ସରିଛି, କାମ କରିବାର ସମୟ ଆସିଛି । ନୂଆପଡ଼ାର ସେବା ପାଇଁ ସୁଯୋଗ ମିଳିବା ସହ ଦାୟିତ୍ବ ବଢିଛି । ଏହାସହ ବାପାଙ୍କ ପ୍ରତି ବିଜେଡି ଯେଉଁ ଆଭିମୁଖ୍ୟ ଆପଣାଇଥିଲା ତାହାକୁ ଭୁଲିବିନି ବୋଲି କହିଛନ୍ତି ଜୟ । ବାପାଙ୍କ ଅସୁସ୍ଥତା ବେଳେ ସାଥିରେ ଛିଡ଼ା ହୋଇନଥିଲା ବିଜେଡି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୋତେ ପୁଅ ଭଳି ସ୍ନେହ ଦେଇଛନ୍ତି । ଆଗକୁ ଭିଜନ, ନୂଆପଡ଼ାରେ ନିଯୁକ୍ତି ସୃଷ୍ଟି କରି ଦାଦନ ହ୍ରାସ କରିବୁ ।

ଅଧିକ ପଢ଼ନ୍ତୁ--ପ୍ରଶାସନ ଶୁଣିଲାନି;କାଠ ପୋଲ ନିର୍ମାଣ କଲେ ଗାଁ ଲୋକ

ଦମ୍ଭ ଦେଖାଇଛନ୍ତି ଜୟ । କହିଛନ୍ତି, ଆଗାମୀ ସାଢେ ୩ ବର୍ଷରେ ଡବଲ ଇଞ୍ଜିନ ସରକାରରେ ନୂଆପଡ଼ା ବିକାଶର ଶିଖର ଛୁଇଁବ । ନିର୍ବାଚନମଣ୍ଡଳୀରେ ପାନୀୟ ଜଳ, ଟେଲିକମ ସମସ୍ୟା ଦୂର କରିବା ସହ ନୂଆ ମେଡିକାଲ କଲେଜ ନିର୍ମାଣକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି ଜୟ ।