ପାଲେଷ୍ଟାଇନ ପ୍ରସଙ୍ଗରେ ମୋଦୀଙ୍କୁ ଘେରିଲେ ସୋନିଆ, ଭାରତର ବୈଦେଶିକ ନୀତିକୁ ସମାଲୋଚନା, ସ୍ତମ୍ଭ ଲେଖି କରିଛନ୍ତି ଟାର୍ଗେଟ୍

ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ଭିତରେ ମୋଦୀଙ୍କ କୂଟନୀତିକୁ ମଧ୍ୟ ସମାଲୋଚନା କହିଛନ୍ତି ସୋନିଆ। ସୋନିଆ କହିଛନ୍ତି, ପାଲେଷ୍ଟାଇନ ପ୍ରତି ଭାରତର ନିରବ ମନୋଭାବ କେବଳ ଏକ କୂଟନୈତିକ ଭୁଲ ପଦକ୍ଷେପ ନୁହେଁ ବରଂ ଏକ ନୈତିକ ବିଫଳତା, ଯାହା ପ୍ରଧାନମନ୍ତ୍ରୀଙ୍କ ଇସ୍ରାଏଲ ନେତା ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହିତ ‘ବ୍ୟକ୍ତିଗତ ବନ୍ଧୁତା’ ଦ୍ୱାରା ପରିଚାଳିତ । ବ୍ୟକ୍ତିଗତ କୂଟନୀତି କେବେ ବି ସ୍ଥାୟୀ ନୁହେଁ । ଭାରତକୁ ପାଲେଷ୍ଟାଇନ ପ୍ରସଙ୍ଗରେ ନେତୃତ୍ୱ ପ୍ରଦର୍ଶନ କରିବାକୁ ପଡ଼ିବ ।

36

କନକ ବ୍ୟୁରୋ : ଦୀର୍ଘ ଦିନ ପରେ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । ପାଲେଷ୍ଟାଇନ ପ୍ରସଙ୍ଗରେ ଭାରତ ସରକାରଙ୍କ ବୈଦେଶିକ ନୀତିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ସୋନିଆ । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ କହିଛନ୍ତି, ପାଲେଷ୍ଟାଇନ୍‌ ସଙ୍କଟ ଉପରେ ମୋଦୀ ‘ଗମ୍ଭୀର ନିରବତା’ ଅବଲମ୍ବନ କରି ନ୍ୟାୟ ଏବଂ ମାନବାଧିକାର ପ୍ରତି ଭାରତର ଦୀର୍ଘକାଳୀନ ପ୍ରତିବଦ୍ଧତାକୁ ପରିତ୍ୟାଗ କରିଛନ୍ତି । ଜାତୀୟ ଖବରକାଗଜରେ ‘ଭାରତର ନିରବ ସ୍ୱର, ପାଲେଷ୍ଟାଇନ ସହିତ ଏହାର ବିଚ୍ଛିନ୍ନତା’ ସ୍ତମ୍ଭ ଲେଖି ସୋନିଆ କହିଛନ୍ତି ନିରବତା ନିରପେକ୍ଷତା ନୁହେଁ, ଏହା ସହଯୋଗିତା ।

ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ଭିତରେ ମୋଦୀଙ୍କ କୂଟନୀତିକୁ ମଧ୍ୟ ସମାଲୋଚନା କହିଛନ୍ତି ସୋନିଆ। ସୋନିଆ କହିଛନ୍ତି, ପାଲେଷ୍ଟାଇନ ପ୍ରତି ଭାରତର ନିରବ ମନୋଭାବ କେବଳ ଏକ କୂଟନୈତିକ ଭୁଲ ପଦକ୍ଷେପ ନୁହେଁ ବରଂ ଏକ ନୈତିକ ବିଫଳତା, ଯାହା ପ୍ରଧାନମନ୍ତ୍ରୀଙ୍କ ଇସ୍ରାଏଲ ନେତା ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହିତ ‘ବ୍ୟକ୍ତିଗତ ବନ୍ଧୁତା’ ଦ୍ୱାରା ପରିଚାଳିତ । ବ୍ୟକ୍ତିଗତ କୂଟନୀତି କେବେ ବି ସ୍ଥାୟୀ ନୁହେଁ । ଭାରତକୁ ପାଲେଷ୍ଟାଇନ ପ୍ରସଙ୍ଗରେ ନେତୃତ୍ୱ ପ୍ରଦର୍ଶନ କରିବାକୁ ପଡ଼ିବ ।

ଅକ୍ଟୋବର ୨୦୨୩ରେ ଇସ୍ରାଏଲ ଉପରେ ହମାସ ଆକ୍ରମଣ କରିଥିଲା। ପରେ ଇସ୍ରାଏଲ ଗାଜା ଉପରେ ଆକ୍ରମଣ କରିଚାଲିଛି । ସୋନିଆ କହିଛନ୍ତି, ଇସ୍ରାଏଲର ପ୍ରତିଶୋଧ ‘ନରସଂହାରଠାରୁ କମ୍ ନୁହେଁ’ । ଯୁଦ୍ଧରେ ୫୫,୦୦୦ରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କୁ ହତ୍ୟା କରାଯାଇଛି, ଯେଉଁଥିରେ ୧୭,୦୦୦ ଶିଶୁ ମଧ୍ୟ ଅଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe