କନକ ବ୍ୟୁରୋ : ରାଜଘାଟରେ ପହଞ୍ଚିଲେ ଲଦାଖର ପରିବେଶବିତ ସୋନମ ୱାଙ୍ଗଚୁକ। ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ ଦୁଇ ଦୁଇ ଥର ଅଟକ ରଖାଯାଇଥିଲା । ଯାହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଥିଲା । ତେବେ ଗତକାଲି ରାତିରେ ତାଙ୍କୁ ମୁକ୍ତ କରାଯାଇଛି । ଏହାପରେ ସେ ଦିଲ୍ଲୀ ରାଜଘାଟରେ ପହଞ୍ଚି ବିଳମ୍ବିତ ରାତିରେ ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି ଅବସରରେ ସେ ନିଜର ଦାବିକୁ ପୁଣି ଦୋହରାଇଛନ୍ତି । ଲଦାଖକୁ ରାଜ୍ୟ ମାନ୍ୟତା, ସମ୍ବିଧାନର ଷଷ୍ଠ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବା ଆଦି ଦାବି ରଖିଛନ୍ତି ସୋନମ ୱାଙ୍ଗଚୁକ୍ । କାରଗିଲ୍ ଗଣତାନ୍ତ୍ରିକ ମେଣ୍ଟ ସହ ମିଶି ଗତ ୪ ବର୍ଷ ଧରି ଆନ୍ଦୋଳନ ଚଳାଇଥିବା ଲେହ ସର୍ବୋଚ୍ଚ ସଂସ୍ଥା ପକ୍ଷରୁ ଏହି ଗସ୍ତ ଆୟୋଜନ କରାଯାଇଥିଲା ।
ରାଜଘାଟରେ ଲଦାଖର ପରିବେଶବିତ୍ ସୋନମ ୱାଙ୍ଗଚୁକ୍ । ରାଜ୍ୟ ମାନ୍ୟତା, ସମ୍ବିଧାନର ଷଷ୍ଠ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବା ଦାବି
ରାଜଘାଟରେ ପହଞ୍ଚିଲେ ଲଦାଖର ପରିବେଶବିତ ସୋନମ ୱାଙ୍ଗଚୁକ। ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ ଦୁଇ ଦୁଇ ଥର ଅଟକ ରଖାଯାଇଥିଲା । ଯାହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଥିଲା । ତେବେ ଗତକାଲି ରାତିରେ ତାଙ୍କୁ ମୁକ୍ତ କରାଯାଇଛି ।