ବାଇକ୍‌ ସଉକ ପାଇଁ ପର ହୋଇଗଲା ପୁଅ ।  ବାଲେଶ୍ବର ବସ୍ତାରେ ୧୦ ଦିନର ପୁଅକୁ ବିକି ଦେଲା ସ୍ବାର୍ଥପର ବାପା

Advertisment

ବାଇକ୍ ସଉକ୍ ପାଇଁ ଜନ୍ମ କଲା ପୁଅକୁ ବିକିଦେଲା ବାପା । ୧୦ ଦିନର ନବଜାତ ଶିଶୁପୁତ୍ରକୁ ୬୦ ହଜାର ଟଙ୍କାରେ ବିକିଦେଲା ସ୍ବାର୍ଥପର ବାପା । ବାଲେଶ୍ୱର ବସ୍ତା ଥାନା ହଦମଉଦ ଗାଁରୁ ଆସିଛି ଏହି ଖବର ।

ବାଇକ୍ ସଉକ୍ ପାଇଁ ଜନ୍ମ କଲା ପୁଅକୁ ବିକିଦେଲା ବାପା । ୧୦ ଦିନର ନବଜାତ ଶିଶୁପୁତ୍ରକୁ ୬୦ ହଜାର ଟଙ୍କାରେ ବିକିଦେଲା ସ୍ବାର୍ଥପର ବାପା । ବାଲେଶ୍ୱର ବସ୍ତା ଥାନା ହଦମଉଦ ଗାଁରୁ ଆସିଛି ଏହି ଖବର ।

୫୫୫

୫୫୫ Photograph: (KanakNews )

କନକ ବ୍ୟୁରୋ : ବାଇକ୍ ସଉକ୍ ପାଇଁ ଜନ୍ମ କଲା ପୁଅକୁ ବିକିଦେଲା ବାପା । ୧୦ ଦିନର ନବଜାତ ଶିଶୁପୁତ୍ରକୁ ୬୦ ହଜାର ଟଙ୍କାରେ ବିକିଦେଲା ସ୍ବାର୍ଥପର ବାପା । ବାଲେଶ୍ୱର ବସ୍ତା ଥାନା ହଦମଉଦ ଗାଁରୁ ଆସିଛି ଏହି ଖବର । ମୟୂରଭଞ୍ଜ ଜିଲ୍ଲା ପୋଡାପଡା ଗାଁର ଧର୍ମୁ ବେହେରା, ହଦମଉଦ ଗାଁର ଶାନ୍ତି ପାତ୍ରଙ୍କୁ ଦ୍ବିତୀୟ ବିବାହ କରି ହଦମଉଦ ଗାଁରେ ରହୁଥିଲେ । ପୂର୍ବରୁ ଶାନ୍ତି ପାତ୍ରଙ୍କର ଏକ ଶିଶୁପୁତ୍ର ଥିବା ବେଳେ ଧର୍ମୁଙ୍କୁ ବିବାହ କରିବା ପରେ ପୁଣି ଏକ ଶିଶୁପୁତ୍ରକୁ ଗତ ୧୯ ତାରିଖରେ ଜନ୍ମ ଦେଇଥିଲେ ।

୨୨ ତାରିଖରେ ମେଡିକାଲରୁ ଡିସଚାର୍ଜ ହେବା ପରେ ଧର୍ମୁ ବେହେରା, ଗାଁର କିଛି ଲୋକଙ୍କ ସହାୟତାରେ ଜଣେ ନିଃସନ୍ତାନ ବ୍ୟକ୍ତିଙ୍କୁ ୬୦ ହଜାର ଟଙ୍କାରେ ବିକି ଦେଇଥିବା ଅଭିଯୋଗ ହୋଇଛି । ସେପଟେ କିନ୍ତୁ ପରିବାର ପ୍ରତିପୋଷଣ ପାଇଁ ଅକ୍ଷମ ଥିବାରୁ ନବଜାତକକୁ ବିକି ଦେଇଥିବା କହିଛନ୍ତି ନିଜେ ଧର୍ମୁ ବେହେରା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe