କଳିଯୁଗର ଶ୍ରବଣ କୁମାର ; ବଦଳଗାଡିରେ ୭୦୦ କି.ମି ଟାଣିଟାଣି ମାଆକୁ ପ୍ରୟାଗରାଜ ନେଉଛି ପୁଅ ।

ପାଦରେ ଚପଲ, ମୁଣ୍ଡରେ ପଗଡି, ଦେହରେ ଧଳା ପାଇଜାମା ପିନ୍ଧି ବୃଦ୍ଧା ମାଆକୁ ବଦଳଗାଡିରେ ନିଜେ ଟାଣି ଟାଣି ପ୍ରୟାଗରାଜ କୁମ୍ଭମେଳା ବୁଲାଇବାକୁ ଘରୁ ବାହାରି ଯାଆନ୍ତି ଉତ୍ତରପ୍ରଦେଶ ମୁଜାଫରନଗର ମେଘପୁର ଗାଁର ୬୫ ବର୍ଷୀୟ ସୁଦେଶ ପାଲ୍ ମଲ୍ଲିକ

CART----

CART---- Photograph: (KanakNews)

କନକ ବ୍ୟୁରୋ: ପ୍ରୟାଗରାଜର ମହାକୁମ୍ଭ ମେଳାରେ ବୁଡ ପକାଇବାକୁ ସମସ୍ତଙ୍କ ଇଚ୍ଛା ଥାଏ । ବୁଡ ପକାନ୍ତୁ ବା ନ ପକାନ୍ତୁ ମହାକୁମ୍ଭରେ ନିଜକୁ ସାମିଲ କରାଇବାକୁ ସମସ୍ତଙ୍କର ସ୍ବପ୍ନ ଥାଏ । କାରଣ ପବିତ୍ର ଭୂମିରେ ଥରେ ପାଦ ପଡିଲେ ପାପ ଦୂର ହେଇଯାଏ ବୋଲି ବିଶ୍ବାସ ରହିଛି ଆଉ ତ୍ରିବେଣୀ ସଙ୍ଗମରେ ବୁଡ ପକେଇଲେ କୋଟି ଜନ୍ମର ପୂଣ୍ୟ ମିଳେ ବୋଲି ବିଶ୍ବାସ ରହିଛି । ତେଣୁ ଏଠାକୁ ଯିବାକୁ ଯେତେବେଳେ ସମସ୍ତେ ମନ କରନ୍ତି ସେତେବେଳେ ୯୫ ବର୍ଷୀୟା ବୁଢୀ ମାଆର ମନ ବା କେମିତି ଘରେ ରୁହନ୍ତା କହିଲେ । ତେଣୁ କୁମ୍ଭମେଳା ବୁଲେଇ ନେବାକୁ ନିଜ ପୁଅକୁ କୁହେ ବୁଢୀମାଆ । ସେପଟେ ନିଜ ଗୋଡ ଖରାପ ଥିଲେ ବି ମାଆର ଇଚ୍ଛା ଆଗରେ ସବୁକିଛି ଫିକା ପଡିଯାଏ, ମାଆର ସ୍ବପ୍ନ ପୂରା କରିବା ପାଇଁ ନିଜ କଷ୍ଟକୁ ପଛରେ ପକେଇ ମହାକୁମ୍ଭ ଅଭିମୁଖେ ମାଆକୁ ନେଇ ଯାତ୍ରା ଆରମ୍ଭ କରେ କଳିଯୁଗର ଶ୍ରବଣ କୁମାର ।

ପାଦରେ ଚପଲ, ମୁଣ୍ଡରେ ପଗଡି, ଦେହରେ ଧଳା ପାଇଜାମା ପିନ୍ଧି ବୃଦ୍ଧା ମାଆକୁ ବଦଳଗାଡି ନିଜେ ଟାଣି ଟାଣି ପ୍ରୟାଗରାଜ କୁମ୍ଭମେଳା ବୁଲାଇବାକୁ ଘରୁ ବାହାରି ଯାଆନ୍ତି ଉତ୍ତରପ୍ରଦେଶ ମୁଜାଫରନଗର ମେଘପୁର ଗାଁର ୬୫ ବର୍ଷୀୟ ସୁଦେଶ ପାଲ୍ ମଲ୍ଲିକ । ଶୀତ ଦିନ, ବାଟ ବାଟିକା ବିପଦ, ତଥାପି ମାଆର ମମତା ଆଗରେ ସେସବୁକୁ ଭୁଲି ନିଜେ ଘରଠୁ ୭୦୦ କିମି ଚାଲି ଚାଲି ମହାକୁମ୍ଭ ପାଇଁ ବାହାରିଛନ୍ତି । ଆଉ ସୁଦେଶଙ୍କୁ ଯିଏ ବାଟରେ ଦେଖୁଛି ମାଆଙ୍କ ପ୍ରତି ଥିବା ତାଙ୍କର ଭଲପାଇବା ଏବଂ ପୁଅପଣିଆକୁ ପ୍ରଶଂସା କରୁଛି । ଆଉ କହୁଛି ସତରେ ତୁମେ ଏ ଯୁଗର ଶ୍ରବଣ କୁମାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe