କାହିଁକି ପରୀକ୍ଷାରେ ଫେଲ ହେଉଛୁ ? ଏତିକି ପଚାରିଲେ ବୋଲି ବାପା, ମା’ଙ୍କୁ ମାରିଦେଲା ପୁଅ

କାହିଁକି ବାରମ୍ବାର ଫେଲ୍‌ ହେଉଛୁ । ପଚାରିବାରୁ ବାପା-ମାଆଙ୍କୁ ମାରିଦେଲା ପୁଅ । ମାଆକୁ ତଣ୍ଟି ଚିପି, ବାପାଙ୍କୁ ଛୁରୀ ଭୂଷି ହତ୍ୟା । ମହାରାଷ୍ଟ୍ର ନାଗପୁରର ଘଟଣା । ସମ୍ପର୍କୀୟଙ୍କ ଘରୁ ଇଞ୍ଜିନିୟର ଛାତ୍ରକୁ ଗିରଫ କଲା ପୋଲିସ ।

11parents

କନକ ବ୍ୟୁରୋ: ବାପା-ମାଆଙ୍କୁ ନିର୍ମମ ଭାବେ ହତ୍ୟା କଲା ପୁଅ । କାହିଁକି ବାରମ୍ବାର ପରୀକ୍ଷାରେ ହେଉଛୁ ବୋଲି ପଚାରିବାରୁ  ମାଆ ବାପାଙ୍କୁ ମାରିଦେଲା ପୁଅ। ଏଭଳି ଘଟଣା ଘଟିଛି ମହାରାଷ୍ଟ୍ର ନାଗପୁରରେ । 

ଅଭିଯୁକ୍ତ ପୁଅ ଉତ୍କର୍ଷ ଡାଖୋଲେ ଇଂଜିନିୟରିଂ ତୃତୀୟ ବର୍ଷର ଛାତ୍ର ।  ଗତ ଦୁଇ ବର୍ଷରୁ ଲଗାତାର ଫେଲ୍‌ ହୋଇ ଆସୁଥିଲା ଉତ୍କର୍ଷ । ତାଙ୍କ ବାପା ଲୀଲାଧର ଡାଖୋଲେ ଓ ମାଆ ଅରୁଣ ଡାଖୋଲେ ଏନେଇ ଚିନ୍ତାରେ ରହୁଥିଲେ । ପୁଅକୁ ବାରମ୍ବାର ଏନେଇ ପଚାରୁଥିଲେ । ଏଥିରେ ରାଗିଯାଇ ଗତ ୨୬ ଡିସେମ୍ବରରେ ପ୍ରଥମେ ମାଆ ଅରୁଣାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା । ପରେ ସନ୍ଧ୍ୟାରେ ବାପା ଅଫିସ୍‌ରୁ ଆସିବା ପରେ ବାପାଙ୍କୁ ଛୁରୀ ଭୁଷି ହତ୍ୟା କରିଥିଲା । ପରେ ସାନ ଭଉଣୀକୁ ନେଇ ସମ୍ପର୍କୀୟଙ୍କ ଘରକୁ ପଳାଇଥିଲା । ମୃତଦେହ ଘରେ ପଚି ଦୁର୍ଗନ୍ଧ ହେବାରୁ ପାଖ ପଡୋଶୀ ପୋଲିସରେ ଅଭିଯୋଗ କରିଥିଲେ । ପରେ ହତ୍ୟା କାଣ୍ଡ ବିଷୟରେ ଜଣା ପଡିଥିଲା । 

ଗତକାଲି ନାଗପୁର ପୋଲିସ ଘର ଭିତରୁ ଲୀଲାଧର ଓ ଅରୁଣାଙ୍କ ଗଳିତ ମୃତଦେହ ଜବତ କରିବା ସହ ଉତ୍କର୍ଷକୁ ଗିରଫ କରିଛି। ବଡ଼ କଥା ହେଉଛି ବାପା-ମାଆଙ୍କୁ ଉତ୍କର୍ଷ ମାରିଥିବା ନେଇ ଭଉଣୀ ମଧ୍ୟ ଜାଣି ନଥିଲା । ଲୀଲାଧର ପାୱାର ଷ୍ଟେସନରେ ଟେକ୍ନିସଆନ୍ ଭାବେ କାମ କରୁଥିଲେ ଓ ଅରୁଣା ଜଣେ ସ୍କୁଲ୍‌ ଶିକ୍ଷୟିତ୍ରୀ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe