କନକ ବ୍ୟୁରୋ: ପୁଅ ସାଜିଲା ସଇତାନ । ମା’କୁ ପିଟିପିଟି ମାରିଦେଲା ପୁଅ । ଅନୁଗୁଳ ଟାଉନ୍ ଥାନା ଶୁଶୁଡ଼ା ଗ୍ରାମରୁ ଆସିଛି ଏଭଳି ଚାଞ୍ଚଲ୍ୟକର ଖବର । ସୂଚନା ଅନୁସାରେ, ରବିବାର ସକାଳେ ଲତା ନାଏକ ଓ ତାଙ୍କ ପୁଅ ସରୋଜ ନାଏକଙ୍କ ମଧ୍ୟରେ ସାମାନ୍ୟ ବଚସାରୁ ଝଗଡ଼ା ହୋଇଥିଲା। ଯେଉଁଥିରେ ଉତକ୍ଷୀପ୍ତ ହୋଇ ମା’କୁ ପିଟିପିଟି ମାରିଦେଇଛି ପୁଅ । ଘଟଣା ପରେ ପୁଲିସକୁ ଖବର ଦେଇଥିଲେ ପଡ଼ୋଶୀ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀ ପୁଅକୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଛି ।
ପୁଅ ସାଜିଲା ସଇତାନ ; ମା’କୁ ପିଟି ପିଟି କଲା ହତ୍ୟା
ଅନୁଗୁଳ ସହରରୁ ଆସିଲା ଦୁଃଖଦ ଖବର । ସାମାନ୍ୟ ବଚସାରୁ ଝଗଡ଼ା ପରେ ପିଟିପିଟି ମାରିଦେଲା ପୁଅ, ଅଭିଯୁକ୍ତ ପୁଅ ଗିରଫ ।