କନକ ବ୍ୟୁରୋ : ବରଗଡ଼ ପାଇକମାଲ ଜଣେ ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା ଅଭିଯୋଗ । ଶ୍ବଶୁର ଘର ଲୋକେ ଛୁରା ମାଡ଼ କରି ହତ୍ୟା କରିଥିବା ଅଭିଯୋଗ । ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ପାଇକମାଲର ନରସିଂହ ପଡାରୁ ଆସିଛି ଅଭାବନୀୟ ଖବର । ମୃତକ ଜଣକ ହେଲେ ସୋହେଲା ବ୍ଲକ ବୁଡାମାଲ ଗାଁର ଗୋବିନ୍ଦ ପ୍ରଧାନ । ସେ ଶ୍ବଶୁର ଘର ଯାଇଥିବାବେଳେ ସେଠାରେ ତାଙ୍କୁ ପତ୍ନୀ ଓ ପତ୍ନୀଙ୍କ ପରିବାର ଲୋକ ଛୁରାମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ଏନେଇ ଥାନେରେ ଏତଲା ଦେଇଛନ୍ତି ଗୋବିନ୍ଦ ପ୍ରଧାନଙ୍କ ବାପା ନିରଞ୍ଜନ ପ୍ରଧାନ । ଗତକାଲି ରାତିରେ ତାଙ୍କୁ ଛୁରା ମାଡ଼ ପରେ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ତାଙ୍କ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର । ଏନେଇ ପାଇକମାଲ ଥାନାରେ ଅଭିଯୋଗ କରିଛନ୍ତି ଗୋବିନ୍ଦଙ୍କ ବାପା ।