ସ୍ତ୍ରୀର ଜୀବନ ନେବା ପାଇଁ ଶ୍ବଶୁର ଉପରେ ପେଟ୍ରୋଲ ଢାଳିଲା ଜ୍ବାଇଁ , ଅଭିଯୁକ୍ତ ଗିରଫ

Advertisment

ସ୍ୱାମୀ ସାଜିଲା ଦାନବ । ସ୍ତ୍ରୀର ଜୀବନ ନେବା ପାଇଁ ଶ୍ବଶୁର ଉପରେ ପେଟ୍ରୋଲ ଢାଳିଲେ ଜ୍ବାଇଁ । ବାଲେଶ୍ବର ଜିଲ୍ଲା ବାଲିଆପଳ ଥାନା ନାରାୟଣପୁର ଗ୍ରାମରେ ଅଭାବନୀୟ ଘଟଣା ।

ସ୍ୱାମୀ ସାଜିଲା ଦାନବ । ସ୍ତ୍ରୀର ଜୀବନ ନେବା ପାଇଁ ଶ୍ବଶୁର ଉପରେ ପେଟ୍ରୋଲ ଢାଳିଲେ ଜ୍ବାଇଁ । ବାଲେଶ୍ବର ଜିଲ୍ଲା ବାଲିଆପଳ ଥାନା ନାରାୟଣପୁର ଗ୍ରାମରେ ଅଭାବନୀୟ ଘଟଣା ।

Attemept to Murder

କନକ ବ୍ୟୁରୋ : ସ୍ୱାମୀ ସାଜିଲା ଦାନବ । ସ୍ତ୍ରୀର ଜୀବନ ନେବା ପାଇଁ ଶ୍ବଶୁରଙ୍କ ଉପରେ ପେଟ୍ରୋଲ ଢାଳିଲେ ଜ୍ବାଇଁ । ବାଲେଶ୍ବର ଜିଲ୍ଲା ବାଲିଆପଳ ଥାନା ନାରାୟଣପୁର ଗ୍ରାମରେ ଅଭାବନୀୟ ଘଟଣା । ସୁଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ନାରାୟଣପୁର ଗ୍ରାମର ରାଜେନ୍ଦ୍ର ସାମନ୍ତରାୟ ତାଙ୍କ ଝିଅକୁ ସୋର ଅଞ୍ଚଳ ମାଳତ୍ରୀ ଗ୍ରାମର କରୁଣାକର କବିଙ୍କ ସହ ବିବାହ କରାଇଥିଲେ । ବିବାହକୁ ୭ ବର୍ଷ ହୋଇଥିଲେ ବି ଉଭୟଙ୍କ ମଧ୍ୟରେ ବିଭିନ୍ନ କାରଣରୁ ନେଇ ବିବାଦ ଲାଗିରହିଥିଲା । ଏପରିକି କରୁଣାକର ନିଜ ସ୍ତ୍ରୀଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି ।

ଅଧିକ ପଢନ୍ତୁ : ଦର୍ଲିପାଲିର ଦାନବ ! ପେଟ୍ରୋଲ ଢାଳି ୨ ଶାଳି ଓ ସ୍ତ୍ରୀକୁ ଜାଳିଲା ସ୍ୱାମୀ

 ଏ ନେଇ ଆଇନର ଆଶ୍ରୟ ନେଇଥିଲେ ରାଜେନ୍ଦ୍ରଙ୍କ ଝିଅ । ତେବେ  ସେ ନିର୍ଯାତନା ସହି ନପାରି ଶେଷ ବାପ ଘରକୁ ପଳାଇ ଆସିଥିଲେ । ମଙ୍ଗଳବାର ରାତିରେ ମହିଳାଙ୍କ ସ୍ୱାମୀ ଆସି ତାଙ୍କ ଶ୍ବଶୁର ଘରେ କାଣ୍ଡ ଭିଆଇଥିଲେ । ଉତ୍ତ୍ୟକ୍ତ ହୋଇ ସ୍ତ୍ରୀକୁ ଜୀବନରୁ ମାରିଦେବାକୁ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ । ହେଲେ ଝିଅକୁ ବଞ୍ଚାଇବାକୁ ଯାଇ ପୋଡ଼ି ହୋଇଯାଇଥିଲେ ଶ୍ବଶୁର, ଶାଶୁ ଏବଂ ଶଳା । ସମସ୍ତେ ଗୁରୁତର ଅବସ୍ଥାରେ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଶ୍ବଶୁର ରାଜେନ୍ଦ୍ରଙ୍କ ଶରୀରର ୩୦ ପ୍ରତିଶତ ପୋଡ଼ି ଯାଇଥିବା ଜଣାପଡ଼ିଛି । ଅଭିଯୁକ୍ତ ଜ୍ବାଇଁ କରୁଣାକରକୁ କାବୁକରି ପୁଲିସ ଜିମା ଦେଇଛନ୍ତି ଗ୍ରାମବାସୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe