କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଆବାସ ପାଇଁ ଅପେକ୍ଷାରତ ପରିବାରକୁ ଖୁସି ଖବର ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ । ପୂର୍ବ ସରକାରର ତ୍ରୁଟିପୂର୍ଣ୍ଣ ତାଲିକା ପାଇଁ ତେଲିଆ ମୁଣ୍ଡରେ ତେଲ ଲାଗୁଥିଲା । ଆବାସରୁ ବଞ୍ଚିତ ହେଉଥିଲେ ଲକ୍ଷ ଲକ୍ଷ ଗରିବ । କିନ୍ତୁ ମୋହନ ସରକାରରେ ଯୋଗ୍ୟ ହିତାଧିକାରୀ ଚୟନକୁ ଦିଆଯାଇଛି ଗୁରୁତ୍ୱ । ୬ ମାସ ମଧ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ମିଳିବା ନେଇ ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ । 
 
ବାପାଙ୍କ ଠାରୁ ଅଲଗା ହୋଇ ଭିନ୍ନ ପରିବାର କରିଥିବା ବ୍ୟକ୍ତିଙ୍କୁ ବି ମିଳିବ ଆବାସ
୨୦ରୁ ୨୨ ଲକ୍ଷ ପରିବାରକୁ ମିଳିବ ଆବାସ
ହିତାଧିକାରୀ ଚୟନରେ ତ୍ରୁଟି ରହିଲେ ଅଧିକାରୀଙ୍କ ଉପରେ କାର୍ୟ୍ୟାନୁଷ୍ଠାନ 
ପଞ୍ଚାୟତର କାର୍ୟ୍ୟନିର୍ବାହୀ ଅଧିକାରୀ, ବିଡିଓ, ପିଇଓ କରିବେ ହିତାଧିକାରୀ ଚିହ୍ନଟ
ଭୂମିହୀନଙ୍କ ପାଇଁ ଭିନ୍ନ ରୋଡମ୍ୟାପ
ଗାଁରେ ଛିଡାହେବ ଆବାସ ଆପାର୍ଟମେଣ୍ଟ !

Advertisment

ପୂର୍ବରୁ ଭୂମିହୀନ ହିତାଧିକାରୀଙ୍କୁ ସରକାରୀ ଜମି ସହ ଆବାସ ସହାୟତା ମିଳୁଥିଲା। କିନ୍ତୁ ଚତୁର୍ଥ ପର୍ଯ୍ୟାୟରେ ମିଳିବାକୁ ଥିବା ଆବାସ ପାଇଁ ଭିନ୍ନ ରୋଡମ୍ୟାପ୍ ଆଣିଛନ୍ତି ସରକାର । ଗାଁରେ ୧୫ରୁ ଅଧିକ ଭୂମିହୀନ ହିତାଧିକାରୀଙ୍କ ପାଇଁ ଛିଡାହେବ ଆବାସ ଆପାର୍ଟମେଣ୍ଟ । ବିକଶିତ ଗାଁ ବିକଶିତ ଓଡ଼ିଶାରେ ବିଜୁଳି ସଂଯୋଗ, ପାନୀୟ ଜଳ, ଖେଳ ପଡ଼ିଆ ଭଳି ମିଳିବ ସୁବିଧା । ଏହାସହ ସହର ଭଳି ୧ ବିଏଚକେ, ୨ ବିଏଚକେ ଷ୍ଟାଣ୍ଡାର୍ଡର ଘରେ ରହିବେ ଆବାସ ହିତାଧିକାରୀ । 
 
ଆବାସ ବଣ୍ଟନରେ ପାତରଅନ୍ତରକୁ ନେଇ ବାରମ୍ବାର କେନ୍ଦ୍ର ମୁଣ୍ଡରେ ଅଠା ବୋଳୁଥିଲା ପୂର୍ବ ସରକାର । କିନ୍ତୁ ଏବେ ଡବଲ ଇଞ୍ଜିନ ସରକାର ଥିବାରୁ, ସ୍ବଚ୍ଛତାର ସହ ଯୋଗ୍ୟ ହିତାଧିକାରୀ କିଭଳି ଚୟନ କରାଯିବ ତାହା ସବୁଠୁ ବଡ଼ ଚ୍ୟାଲେଞ୍ଜ ।