ରାଉରକେଲାରେ ଲୋମଟାଙ୍କୁରା ହତ୍ୟାକାଣ୍ଡ: ମାଆ ହତ୍ୟାକାରୀ ବାପାକୁ ବୀଭତ୍ସ ଭାବେ ମାରିଲା ପୁଅ

Advertisment

ମା’ ହତ୍ୟାର ପ୍ରତିଶୋଧ ନେଲା ପୁଅ। ବାପାକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ନୃଶଂସ ପୁଅ । ମୃତକ ଜଣକ ୫୫ ବର୍ଷୀୟ କ୍ରାନ୍ତି ବର୍ମା । ରାଉରକେଲା ବ୍ରାହ୍ମଣୀ ଥାନା ଭାଲୁ ପତରା ଗାଁରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି । ଘଟଣାରେ ହତ୍ୟାକାରୀ ପୁଅକୁ ରାଉରକେଲା ପୁଲିସ ଗିରଫ କରିଛି।

murder1

Photograph: (kanaknews)

କନକ ବ୍ୟୁରୋ: ମା’ ହତ୍ୟାର ପ୍ରତିଶୋଧ ନେଲା ପୁଅ। ବାପାକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ନୃଶଂସ ପୁଅ। ମୃତକ ଜଣକ ୫୫ ବର୍ଷୀୟ କ୍ରାନ୍ତି ବର୍ମା । ରାଉରକେଲା ବ୍ରାହ୍ମଣୀ ଥାନା ଭାଲୁ ପତରା ଗାଁରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି । ଘଟଣାରେ ହତ୍ୟାକାରୀ ପୁଅକୁ ରାଉରକେଲା ପୁଲିସ ଗିରଫ କରିଛି ଏବଂ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ତେବେ ଘଟଣାଟି ଏହିପରି ଥିଲା, ନିଜ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ୨୦୨୪ରେ ସଜା କାଟି ଜେଲରୁ ବାହାରିଥିଲା ହତ୍ୟାକାରୀ ବାପା । ଶେଷରେ ପୁଅ ହାତରେ ଚାଲିଗଲା ଜୀବନ । 

ଇସ୍ପାତ ସହରରେ ରକ୍ତର ଛିଟା । ଘଟି ଚାଲିଛି ବିଭତ୍ସ ହତ୍ୟା କାଣ୍ଡ । ୪ ଦିନରେ ଗଲାଣି ୫ ଜୀବନ। ଏହି ସବୁ ଘଟଣାରେ କିଛି ଅଭିଯୁକ୍ତଙ୍କୁ ଧରି ପୁଲିସ ତଦନ୍ତ କରୁଛି । କିନ୍ତୁ ସହରରେ ସିରିଜ ହତ୍ୟା ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି ।  ଆଇନ କାନୁନକୁ ଅପରାଧୀଙ୍କ ଖାତିର ନାହିଁ । ପୁଲିସକୁ ବି ଭୟ ନାହିଁ । ଗୋଟିଏ ପରେ ଗୋଟିଏ ନିର୍ମମ ହତ୍ୟାକାଣ୍ଡ ଘଟାଇ ଚାଲିଛନ୍ତି ହତ୍ୟାକାରୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe