କନକ ବ୍ୟୁରୋ: ପିଶାଚ ସାଜିଲା ପୁଅ, କାଠ ଫାଳିଆ ଆକ୍ରମଣରେ ମା ମୃତ, ଭଉଣୀ ଗୁରୁତର। ଅଭିଯୁକ୍ତ ସିମଲ ମୁଣ୍ଡାକୁ ଅଟକ ରଖିଛି ପୋଲିସ। ଯୋଡା ଥାନା ଲହଣ୍ଡା ମୁଣ୍ଡା ସାହିରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କୌଣସି କାରଣକୁ ନେଇ ପରିବାରରେ କଳହ ଲାଗିଥିବା ବେଳେ ଉତକ୍ଷିପ୍ତ ହୋଇ ନାବାଳକ ପୁଅ ଏଭଳି ଅଭାବନୀୟ କାଣ୍ଡ ଭିଆଇଛି। ୧୭ ବର୍ଷୀୟ ପୁଅ ସିମଲ ମୁଣ୍ଡା ଏକ କାଠ ଫାଳିଆରେ ମା ଗୁରୁବାରୀ ମୁଣ୍ଡା ଓ ଭଉଣୀ ପାନୁମତି ମୁଣ୍ଡାଙ୍କୁ ଆକ୍ରମଣ କରିଥିଲା। ଆକ୍ରମଣରେ ମା ଗୁରୁବାରୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଭଉଣୀ ପାନୁମତିଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଯୋଡ଼ା ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହ ଜବତ କରିବା ସହ ମାତୃହନ୍ତା ପୁଅକୁ ଅଟକ ରଖି ପଚରା ଉଚରା କରିଛି।