କନକ ବ୍ୟୁରୋ : ବିଜେଡି କର୍ପୋରେଟର ମେଳି । ଗତକାଲିବିଏମ୍ସି କର୍ପୋରେଟର ବୈଠକରେ ଅନୁପସ୍ଥିତ ଥିବା ବିଜେଡିର ୨୭ କର୍ପୋରେଟର ଅଲଗା ମେଳି କରିଥିବାଜଣାପଡିଛି । ବିଜେଡି ବିଧାୟକଙ୍କ ସମର୍ଥକମାନେ ଏକାଠି ମେଳି ହୋଥିବାର ଏକ ଦୃଶ୍ୟ ସାମ୍ନାକୁ ଆସିଛି ।କର୍ପୋରେସନ୍ ବୈଠକରେ ନ ଆସି ଅଲଗା ବୈଠକ କରିବା ବିଜେଡି କଳିକୁ ପଦାରେ ପକାଇଛି ।
ବିଏମସି କର୍ପୋରେଟରବୈଠକରେ ବିଜେଡି କର୍ପୋରେଟର ଅନୁପସ୍ଥିତ ଘଟଣା ଯେତିକି ଚର୍ଚ୍ଚାର ବିଷୟ ଥିଲା, ତାଠୁ ଅଧିକ ରୋଚକଥିଲା ବୈଠକକୁ ନଆସି ଅଲଗା ସ୍ଥାନରେ ବୈଠକ କରିବା । ଗତକାଲି ବିଏମସି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତହୋଇଥିଲା କର୍ପୋରେଟର ବୈଠକ । ଏଥିରେ ଅନେକ ବିଜେଡି କର୍ପୋରେଟର ଯୋଗ ଦେଇ ନଥିଲେ । ବିଶେଷ କରି ଭୁବନେଶ୍ୱର-ମଧ୍ୟନିର୍ବାଚନମଣ୍ଡଳୀର ଅଧିକାଂଶ କର୍ପୋରେଟର ବୈଠକରେ ଅନୁପସ୍ଥିତ ଥିଲେ ।
ବୈଠକରେ ୬୭ ଜଣ କର୍ପୋରେଟରଙ୍କ ମଧ୍ୟରୁପ୍ରାୟ ୨୭ ଜଣ କର୍ପୋରେଟର ଯୋଗ ଦେଇନଥିଲେ । ଉତ୍ତର ନିର୍ବାଚନମଣ୍ଡଳୀର କିଛି କର୍ପୋରେଟର ଉପସ୍ଥିତଥିବା ବେଳେ ଏକାମ୍ର ଓ ମଧ୍ୟ ନିର୍ବାଚନମଣ୍ଡଳୀରୁ କିଛି କର୍ପୋରେଟର ଉପସ୍ଥିତ ନଥିଲେ। ଭୁବନେଶ୍ୱର-ମଧ୍ୟନିର୍ବାଚନମଣ୍ଡଳୀର କର୍ପୋରେଟର ଅମରେଶ ଜେନା ଓ ଏକାମ୍ରର କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାରଙ୍କୁବିଜେଡିର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ବିରୋଧ କରିଆସୁଥିବା ଚର୍ଚ୍ଚା ହେଉଛି । ଆଉ ସେହିମାନେ ବୈଠକକୁବିରୋଧ କରି ଅଲଗା ମେଳି କରିବା ପୁଣିଥରେ ବିଜେଡି କଳିକୁ ପଦାରେ ପକାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/ssqDf5GhBLGuGH5mDvja.jpg)