ଯୌତୁକ ପାଇଁ ସ୍ତ୍ରୀକୁ ମାରିଦେଲା ଯବାନ ସ୍ବାମୀ : ପିଟିପିଟି ମାରିବା ପରେ ଦୁର୍ଘଟଣାର ରୂପ ଦେବାକୁ ଯାଇ ଜାଳିଦେଲା ସୈତାନ ସ୍ବାମୀ

ପରିବାର ଲୋକଙ୍କ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ । କୋରାପୁଟ ଟାଉନ ଥାନା ଓଏମପି ଆଇଆରବି କଲୋନୀରୁ ସାମ୍ନାକୁ ଆସିଛି ଏଭଳି ନାରକୀୟ ହତ୍ୟାକାଣ୍ଡର ଚିତ୍ର ।

dowry Murder

dowry Murder Photograph: (KanakNews)

କନକ ବ୍ୟୁରୋ : ପୁଣି ଯୌତୁକ ନିଆଁରେ ଜଳିଗଲେ ଆଉ ଜଣେ ନବବଧୂ, ଲୁହାରଡ଼ରେ ପିଟି ହତ୍ୟା କରିବା ପରେ ପତ୍ନୀକୁ ଜାଳିଦେଲା ସୈତାନ ସ୍ବାମୀ । ପରିବାର ଲୋକଙ୍କ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ । କୋରାପୁଟ ଟାଉନ ଥାନା ଓଏମପି ଆଇଆରବି କଲୋନୀରୁ ସାମ୍ନାକୁ ଆସିଛି ଏଭଳି ନାରକୀୟ ହତ୍ୟାକାଣ୍ଡର ଚିତ୍ର । କୋରାପୁଟ ଆଇଆରବିରେ କାର୍ଯ୍ୟରତ ନବରଙ୍ଗପୁର ଶିବଶଙ୍କର ପାତ୍ର ଦେଢ଼ବର୍ଷ ହେବ ବିବାହ କରିଥିଲେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ତାରିଣୀ ପ୍ରସାଦ ପଣ୍ଡାଙ୍କ ବଡ଼ ଝିଅ ପ୍ରିୟଙ୍କା ପଣ୍ଡାଙ୍କୁ । ବିବାହ ସମୟରେ ପ୍ରିୟଙ୍କାଙ୍କ ପରିବାର ପକ୍ଷରୁ ୨ ଲକ୍ଷ ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଦିଆଯାଇଥିଲା । ଉଭୟଙ୍କର ଗୋଟିଏ ଝିଅ ରହିଥିବା ବେଳେ ଗତ ୬ମାସ ହେବ ପ୍ରିୟଙ୍କାଙ୍କୁ ନିର୍ଯାତନା ଦେଇ ଆସୁଥିଲେ ଶିବଶଙ୍କର । ଗତ ୮ ତାରିଖ ଦିନ ଶିବ ପ୍ରିୟଙ୍କାଙ୍କୁ ରଡ଼ରେ ପିଟି ହତ୍ୟା କରିଥିଲେ। ପରେ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଗ୍ୟାସ୍ ଲଗାଇ ଜାଳି ଦେଇଥିଲେ । ତେବେ ପ୍ରିୟଙ୍କାଙ୍କ ପରିବାର ଲୋକ ଏହା ହତ୍ୟା ବୋଲି କହିବା ସହ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଏହି ଆଧାରରେ ଅଭିଯୁକ୍ତ ସ୍ବାମୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe