କନକ ବ୍ୟୁରୋ : ରାୟଗଡା, ଶିଶୁ ବିକ୍ରି ଘଟଣା । କନକ ନ୍ୟୁଜରେ ଖବର ପ୍ରସାରଣ ପରେ, ଶିଶୁକନ୍ୟାକୁ ଧରି ଶିଶୁ କଲ୍ୟାଣ କମିଟି ନିକଟରେ ହାଜର ହେଲେ ଶିଶୁକୁ ନେଇଥିବା ଦମ୍ପତ୍ତି । ଦାରିଦ୍ର୍ୟତା ଯୋଗୁଁ ନିଜର ନବଜାତ ଶିଶୁ କନ୍ୟାକୁ ମାଆ ୨୦ ହଜାର ଟଙ୍କାରେ ବିକ୍ରି କରିଦେଇଥିଲା । ଜେକେପୁର ଚାନ୍ଦିଲି ଥାନା ଅନ୍ତର୍ଗତ ନୂଆପଡା ସାହିରୁ ଆସିଥିଲା ଶିଶୁ ବିକ୍ରି ଘଟଣା ଖବର । CWC ମାମଲାର ତଦନ୍ତ କରୁଛି । ଗତ ୩ ତାରିଖରେ ଜନ୍ମ ହୋଇଥିବା ଶିଶୁ କନ୍ୟାକୁ ୧୧ ତାରିଖରେ ବିକ୍ରି କରିଥିଲା ମାଆ । 

Advertisment

ସୂଚନା ଅନୁସାରେ ମାଆ କୁମୁଦ ଗାଂଟା ଓ ବାପା ରାହୁଲ ଧାନବେଡ଼ ଜେକେପୁର ସ୍ଥିତ ଚାନ୍ଦିଲି ଥାନା ଅନ୍ତର୍ଗତ ନୂଆପଡା ସାହିରେ ରୁହନ୍ତି । ତାଙ୍କର ପୂର୍ବରୁ ୩ ବର୍ଷର ଏକ ଶିଶୁ କନ୍ୟା ରହିଛି । ବାପା ରାହୁଲ ଧାନବେଡ଼ ଦିନ ମଜୁରିଆ ଭାବେ କାମ କରନ୍ତି । ସେଥିରୁ ଯାହା ମିଳେ ସେଥିରେ ସ୍ୱାମୀ ସ୍ତ୍ରୀ ଚଳିବା କଷ୍ଟକର ହୋଇପଡେ । ରାସନକାର୍ଡ ନଥିବାରୁ ପିଡ଼ିଏସ ଚାଉଳ ମିଳୁନି । ଚାଉଳ ବାହାରୁ କିଣିବାକୁ ପଡୁଛି । ଆମକୁ ସରକାରୀ ସୁବିଧା କିଛି ମିଳୁନାହିଁ । ଘର ନଥିବାରୁ ଭାଇର ଘରେ ଆଶ୍ରୟ ନେଉଛୁ ବୋଲି କହିଛନ୍ତି ମାଆ ବାପା । ମାଙ୍କ କହିବା ଅନୁଯାୟୀ ପିଲା ଜନ୍ମ ହବାପରେ କତାପେଟାର ଏକ ବୁଲା ବିକାଳୀ ମହିଳା ଜଣଙ୍କ ଆସି ପିଲା ଦେଇଦବାକୁ କହି କାନ୍ଦିବାରୁ ମୁଁ ମୋ ପିଲାକୁ ଦେଇଦେଇଥିଲି ଓ ସେ ମୋତେ ୨୦ ହଜାର ଟଙ୍କା ଦେଇଛନ୍ତି ବୋଲି କହିଛନ୍ତି ମାଆ ବାପା । ଏହାକୁ ନେଇ କନକ ନ୍ୟୁଜରେ ଖବର ପ୍ରକାଶ ପରେ ଏବେ ପିଲାକୁ ଧରି ଶିଶୁ କଲ୍ୟାଣ କମିଟି ନିକଟରେ ହାଜର ହୋଇଛନ୍ତି ଶିଶୁ ନେଇଥିବା ଦମ୍ପତ୍ତି ।