କନକ ବ୍ୟୁରୋ: ଦିଲ୍ଲୀର ଏକ ଲଗଜରୀ ହୋଟେଲ ହୟାତ୍ ବଡ ଧରଣର ସେମିନାର ଚାଲିିଥିଲା । ଟିକେ ଲିଜର ଟାଇମରେ ହୋଟେଲର ରେଷ୍ଟିଙ୍ଗ ହଲରେ ବସିଥିଲେ ଜଣେ ଲୋକପ୍ରିୟ ସମାଜସେବୀ ତଥା ଆଇଆଇଟି ପ୍ରଫେସର । ଏ ସମୟରେ ସେ ନିଜ ଭିତରେ ଏତେ ମଜ୍ଜିଯାଇଥିଲେ ଯେ ତାଙ୍କ ଫଟା ମୋଜା ଦେଖାଯାଇଥିଲା, ଯାହାକୁ କେହି ଫଟୋ ଉଠାଇ ଅପଲୋଡ କରିଦେବା ପରେ ତାହା ସୋସିଆଲ ମିଡିଆରେ  ଭାଇରାଲ ହେବାରେ ଲାଗିଛି । 

Advertisment

ଇଏ କୌଣସି ସାଧାରଣ ବ୍ୟକ୍ତିତ୍ୱ ନୁହଁନ୍ତି, ଆଇଆଇଟି ମୁମ୍ବାଇର ପ୍ରଫେସର ଚେତନ ସିଂହ ସୋଲାଙ୍କୀ । ଯିଏ ସାରା ଦେଶରେ ‘ସୋଲାର ମ୍ୟାନ୍ ’ ଭାବେ ଜଣା । ଜଣେ ପରିବେଶପ୍ରେମୀ ଭାବେ ପରିବେଶର ସୁରକ୍ଷା ପାଇଁ ତାଙ୍କ ମୁଣ୍ଡରେ ଅହରହ ଚିନ୍ତା । ସୁରକ୍ଷିତ ପରିବେଶକୁ ନିଶ୍ଚିତ କରିବାକୁ ସେ ଦିନ ରାତି ଚେଷ୍ଟିତ । ପରିବେଶ ପାଇଁ ତାଙ୍କର ଏତେ ଚିନ୍ତା ଯେ, ନିଜ କଥା ବି ଚିନ୍ତା କରିବାକୁ ତାଙ୍କ ପାଖରେ ତର ନାହିଁ ।

ସୋସିଆଲ ମିଡିଆରେ ସୋଲାଙ୍କିଙ୍କ ଚିରା ସକ୍ସ ଭାଇରାଲ ହେବା ପରେ ଲୋକଙ୍କ ମନରେ ବଡ ପ୍ରଶ୍ନ । ଆଇଆଇଟି ପ୍ରଫେସର ହୋଇ ବି ଚିରା ଫଟା ସକ୍ସ ପିନ୍ଧିଛନ୍ତି କାହିଁକି? ଏହାର ଜବାବରେ ବି ସୋଲାଙ୍କି ଏଭଳି ଉତ୍ତର ଯେ ପୁରା ନେଟିଜେନ୍ସଙ୍କ ମନ ମୋହିନେଲା । ସମସ୍ତେ ସୋଲାଙ୍କିଙ୍କୁ ବାହାବା କରିବାରେ ଲାଗିଛନ୍ତି ।
ଉତ୍ତରରେ ସୋଲାଙ୍କି କହିଛନ୍ତି , ‘ହଁ ମୋର ସକ୍ସ ଫାଟିଯାଇଛି । ତାକୁ ବଦଳିବା ଦରକାର । କିନ୍ତୁ ପ୍ରକୃତି ଏଭଳି କରିପାରିବନି । କାରଣ ପ୍ରକୃତିରେ ସବୁକିଛି ସୀମିତ’ । ‘ ମୁଁ ନିଜ ପ୍ରଡକ୍ଟିଭିଟି ବଢାଇବାକୁ ସବୁଠାରୁ ବେଷ୍ଟ ଗ୍ୟାଜେଟ୍ ବ୍ୟବହାର କରିପାରିବି, କିନ୍ତୁ ମୁଁ ନିଜ କାର୍ବନ ଫୁଟପ୍ରିଣ୍ଟ କମ୍ କରିବାକୁ ସବୁବେଳେ ଚେଷ୍ଟା କରୁଛି ।  ମୁଁ ସବୁବେଳେ କୌଣସି ସାମଗ୍ରୀ ବ୍ୟବହାର କରିବା ପୂର୍ବରୁ ପ୍ରକୃତି ଉପରେ ତା’ର ପ୍ରଭାବ ବିଷୟରେ ଚିନ୍ତା କରେ’ । ତାଙ୍କର ଏଲି ଜବାବ ଅନଲାଇନ୍ ୟୁଜର୍ସଙ୍କୁ ଖୁସି କରିଦେଲା । 
ପରିବେଶ ସୁରକ୍ଷା କ୍ରମରେ ସୂର୍ଯ୍ୟ ଶକ୍ତିକୁ କିପରି ବିନିଯୋଗ କରି ସମସ୍ତେ ଯେପରି ଆଲୋକ ଦେଖିପାରିବେ ସେ ନେଇ ସୋଲାଙ୍କି ଆରମ୍ଭ କରିଛନ୍ତି ‘ଏନର୍ଜି ସ୍ୱରାଜ ଯାତ୍ରା ୨୦୨୦-୩୦’  । ନିଜ ଖର୍ଚ୍ଚରେ ସୋଲାଙ୍କି କରିଛନ୍ତି ମେକ୍ ସିଫ୍ଟ ବସ୍, ଯେଉଁଥିରେ ଅଛି ଏସି ବେଡ୍ ରୁମ୍, ଅଫିସ୍ ସ୍ପେଶ୍, କିଚେନ୍ ରୁମ୍, ଇଣ୍ଡକ୍ସନ୍ କୁକର, ଏବଂ ଟ୍ରେନିଙ୍ଗ ରୁମ୍ ।  ଏସବୁକିଛି ସୋଲାର ଏନର୍ଜିରେ ଚାଲୁଛି । ଏଇ ବସରେ ସୋଲାଙ୍କିଙ୍କ ରହଣୀ ଓ ଯାତ୍ରା ସବୁକିଛି । ଏସବୁ ଚାଲିବା ପାଇଁ ବସ ଉପରେ ଲାଗିଛି ୮ଟି ସୋଲାର ପ୍ୟାନେଲ । 

ମଧ୍ୟପ୍ରଦେଶ ବରୱାନିରେ ଜନ୍ମ ଲାଭ କରିଥିବା ସୋଲାଙ୍କି ଗାଁ ସ୍କୁଲ ଓ କଲେଜ ପଢା ସାରିବା ପରେ , ଆଇଆଇଟି ବମ୍ବେରେ ପଢିବା ପାଇଁ ଯୋଗ୍ୟ ବିବେଚିତ ହେଲେ । ଅତି ପିଲାବେଳେ ପରିବେଶ ପ୍ରତି ଥିବା ତାଙ୍କର ଅହେତୁକ ଚିନ୍ତା ଏହିଠାରୁ ହିଁ ସାକାର ରୂପ ନେବା ଆରମ୍ଭ କଲା । ଆଇଆଇଟିରେ ପଢିବା ବେଳଠୁ ସେ ଚିନ୍ତା କଲେ କିପରି ପରିବେଶ ସୁରକ୍ଷାକୁ ସୁନିଶ୍ଚିତ କରିପାରିବେ । ୨୦୦୪ରେ ୟୁରୋପରେ ରିସର୍ଚ୍ଚ କରି ଭାରତକୁ ଫେରିବା ପରେ ମଧ୍ୟପ୍ରଦେଶରେ ଏକ ସ୍କୁଲ ଆରମ୍ଭ କଲେ ଯାହା ସମ୍ପୂର୍ଣ୍ଣ ଭାବେ ସୋଲାର ପାୱାର ଦ୍ୱାରା ପରିଚାଳିତ ହେଲା । ଏହାପରେ ଆଉ ପଛକୁ ଫେରିନାହାଁନ୍ତି । ସାରା ଦେଶରେ ସୋଲାର ପାୱାର ଆନ୍ଦୋଳନକୁ ବ୍ୟାପକ କରିବାକୁ ଘର ଛାଡିଲେ ଆଉ ନିଜ ମୋକ୍ ସିଫ୍ଟ ବସରେ ରହିବାକୁ ଲାଗିଲେ । ସୋଲାଙ୍କିଙ୍କ ପ୍ରଚେଷ୍ଟା ଦେଶରେ ଫଳପ୍ରସୂ ହୋଇଛି । ବିଭିନ୍ନ ଗ୍ରାମାଞ୍ଚଳର ଲୋକେ ଲକ୍ଷ ଲକ୍ଷ ସଂଖ୍ୟାରେ ସୋଲାର ଲଂଠନ ପ୍ରସ୍ତୁତ କରିସାରିଲେଣି ।

ଦେଶରେ ସୋଲାର ରେଭୋଲ୍ୟୁସନ ଆଣିବାକୁ ୧୧ ବର୍ଷ ଘରକୁ ଯିବେନି ବୋଲି ପଣ କରିଛନ୍ତି ସୋଲାର ମ୍ୟାନ୍ ସୋଲାଙ୍କି । ଆଜି ସୋଲାଙ୍କି ନିଜର ନିରାଡମ୍ବର ଜୀବନ ଶୈଳୀ ପାଇଁ ଚର୍ଚ୍ଚାର ପାତ୍ର ହୋଇଛନ୍ତି । ବ୍ୟୁରୋ