କନକ ବ୍ୟୁରୋ : ହରିଆଣା ରାଜନୀତି ସହ ଜଡିତ ବଡ ଖବର ସାମ୍ନାକୁ ଆସିଛି । ହରିଆଣା ବିଜେପି ପ୍ରଦେଶ ଅଧ୍ୟକ୍ଷ ମୋହନ ଲାଲ ବଡୋଲୀ ଓ ପୂର୍ବ ବିଜେପି ନେତା ରକି ମତ୍ତଲଙ୍କ ନାମରେ ଗଣଦୁଷ୍କର୍ମ ଅଭିଯୋଗ ଦାଖଲ ହୋଇଛି । ଏନେଇ ଏସପି ସୋଲନ ସୂଚନା ଦେଇଛନ୍ତି । ହିମାଚଳ ପ୍ରଦେଶ ସୋଲନ ସ୍ଥିତ କୋସଲୀ ଥାନାରେ ମାମଲା ରୁଜୁ ହୋଇଛି । ହେଲେ ଅଭିଯୋଗ ଆଣିଥିବା ପୀଡିତାଙ୍କ ନାମ ଗୋପନ ରଖାଯାଇଛି । 

Advertisment

ସୂଚନା ମୁତାବକ ହିମାଚଳ ପ୍ରଦେଶ କୋସଲୀ ଥାନାରେ ଏହି ମାମଲା ରୁଜୁ ହୋଇଛି । ଏହି ଘଟଣା ଜୁଲାଇ ୭ ତାରିଖର ବୋଲି ଅଭିଯୋଗରେ ଉଲ୍ଲେଖ ରହିଛି। ଅଭିଯୋଗ ମୁତାବକ ଜଣେ ଝିଅଙ୍କୁ ରକି ମିତ୍ତଲ ଅଭିନେତ୍ରୀ ଭାବେ ସୁଯୋଗ ଦେବାର ଲୋଭ ଦେଖାଇ ତାଙ୍କୁ ରକି ଓ ମୋହନ ଲା ବଡୋଲୀ ଗଣଦୁଷ୍କର୍ମ କରିଛନ୍ତି । ଏହାସହ ଏହି ଘଟଣା ପ୍ରଘଟ କଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଝିଅ ଜଣଙ୍କ ଅଭିଯୋଗ କରିଛନ୍ତି । 

କହିରଖୁ କି ହରିଆଣାର ପ୍ରସିଦ୍ଧ ସିଂଗର ଜୟ ଭଗବାନ ଓରଫ ରକି ମିତ୍ତଲ ଏହା ପୂର୍ବରୁ ବିଜେପି ପାଇଁ ଅନେକ ଗୀତ ଗାଇଛନ୍ତି । ହେଲେ ତା ପରେ ସେ କଂଗ୍ରେସରେ ସାମିଲ ହୋଇଥିଲେ । ୨୦୧୫ ରେ ଜଣେ ବିଚାରପତିଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ରକି ଗିରଫ ହୋଇଥିଲେ ।