ମହାକାଳପଡ଼ା କାଜୁ ଜଙ୍ଗଲରୁ ମାଟି ଚୋରି । ବାରମ୍ବାର ଜଣାଇଲେ ବି ପ୍ରଶାସନ ଶୁଣୁନଥିବା ଅଭିଯୋଗ

Advertisment

ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ରାମନଗର ଓ ପେଟଛେଲା ପଞ୍ଚାୟତରେ ପ୍ରାୟ ୭୫୪ ଏକର କାଜୁ ଜଙ୍ଗଲ ରହିଛି। ରାଜ୍ୟ ସରକାରଙ୍କ କାଜୁ ନିଗମ ଅଧିନରେ ଥିବା କାଜୁ ଜଙ୍ଗଲ ଉପରେ ପଡ଼ିଛି ମାଫିଆଙ୍କ ଲୋଲୁପ ଦୃଷ୍ଟି।

ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ରାମନଗର ଓ ପେଟଛେଲା ପଞ୍ଚାୟତରେ ପ୍ରାୟ ୭୫୪ ଏକର କାଜୁ ଜଙ୍ଗଲ ରହିଛି। ରାଜ୍ୟ ସରକାରଙ୍କ କାଜୁ ନିଗମ ଅଧିନରେ ଥିବା କାଜୁ ଜଙ୍ଗଲ ଉପରେ ପଡ଼ିଛି ମାଫିଆଙ୍କ ଲୋଲୁପ ଦୃଷ୍ଟି।

mati nei malamala

କନକ ବ୍ୟୁରୋ: ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ରାମନଗର ଓ ପେଟଛେଲା ପଞ୍ଚାୟତରେ ପ୍ରାୟ ୭୫୪ ଏକର କାଜୁ ଜଙ୍ଗଲ ରହିଛି। ରାଜ୍ୟ ସରକାରଙ୍କ କାଜୁ ନିଗମ ଅଧିନରେ ଥିବା କାଜୁ ଜଙ୍ଗଲ ଉପରେ ପଡ଼ିଛି ମାଫିଆଙ୍କ ଲୋଲୁପ ଦୃଷ୍ଟି। ରାମନଗର ପଞ୍ଚାୟତ ବାହାକୁଦ ଓ ପିତାପାଟରେ ଥିବା କାଜୁ ଜଙ୍ଗଲରୁ ବାଲି ଚୋରା ଚାଲଣ କରାଯାଉଛି। କାଜୁ ଗଛ କାଟି ଜେସିବି ଲଗାଇ ଟନ୍ ଟନ୍ ବାଲି ବୋହି ନେଉଛନ୍ତି ମାଫିଆ। ଏନେଇ ଜିଲ୍ଲା ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ ସତ୍ତ୍ବେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଗ୍ରାମବାସୀ ଅଭିଯୋଗ  କରିଛନ୍ତି।

ମହାନଦୀ କୂଳରେ ଥିବା ବିସ୍ତୀର୍ଣ୍ଣ କାଜୁ ଜଙ୍ଗଲ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରୁ ସ୍ଥାନୀୟ ଲୋକଙ୍କୁ ସୁରକ୍ଷା ଦେଇଥାଏ। ଜୁଆର ମାଡ଼ରେ ହେଉଥିବା ମୃତ୍ତିକା କ୍ଷୟରୁ ମଧ୍ୟ ଉପକୂକକୁ ସୁରକ୍ଷା ଯୋଗାଇଥାଏ। କିନ୍ତୁ ବାଲି ଚୋରା ଚାଲଣ ପାଇଁ  କାଜୁ ଜଙ୍ଗଲ ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି। ବାଲି ଚୋରା ଚାଲଣ କରି ମାଫିଆ ପକେଟ୍ ଗରମ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ପାଇଁ ବିପଦ ବଢୁଛ। ତେଣୁ ତୁରନ୍ତ ବାଲି ମାଫିଆଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe