ଯୌତୁକ ନିର୍ଯାତନା ନେଲା ସଫ୍ଟୱେର୍ ଇଞ୍ଜିନିୟରଙ୍କ ଜୀବନ ; ବିବାହବେଳେ ୪୫ ଲକ୍ଷ ଟଙ୍କା ଆଣିଥିଲେ ବି ଖୁସି ନଥିଲେ ଶାଶୁଘର ଲୋକ

ଯୌତୁକ ଯାତନା ସହିପାରିଲେନି, ଆତ୍ମହତ୍ୟା କଲେ ସଫ୍ଟୱେର୍ ଇଞ୍ଜିନିୟର  । ବିବାହ ସମୟରେ ୪୫ଲକ୍ଷ ଟଙ୍କା ଯୌତୁକ ଦେବା ପରେ ବି ଶାଶୂଘର ଅଧିକ ଦାବି କରି ନିର୍ଯାତନା ଦେଉଥିବା ଅଭିଯୋଗ । ବେଙ୍ଗାଲୁରୁ ଘଟଣାରେ ସ୍ବାମୀ ଗିରଫ ।

77

କନକ ବ୍ୟୁରୋ: ଯୌତୁକ ଯାତନା ସହିପାରିଲେନି ଆତ୍ମହତ୍ୟା କଲେ ସପ୍ଟୱେୟାର ଇଞ୍ଜିନିୟର । ଗର୍ଭବତୀ ଶିଳ୍ପା ଶେଷରେ ଘରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ,  ସ୍ବାମୀ, ଶାଶୂ ଘର ଲୋକ ଦୀର୍ଘଦିନ ଧରି ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ ।  ଶେଷରେ ନିର୍ଯାତନା ସହିନପାରି ନିଜ ଘରେ ଝୁଲିପଡିଛନ୍ତି । 

ମୃତ ମହିଳାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ,  ଝିଅକୁ ଶାଶୂଘର ଲୋକ ମାରି ଦେଇଥିବା ଅଭିଯୋଗ କରିବା ପରେ ସ୍ବାମୀ ପ୍ରବୀଣଙ୍କୁ ଗିରଫ କରାଯାଇଛି । ପାଠପଢ଼ାରେ ବେଶ ଭଲ ଥିଲେ ଶିଳ୍ପା । ବେଙ୍ଗାଲୁରୁର ଏକ ନାମୀ  ଆଇଟି କମ୍ପାନୀରେ ଚାକିରି କରୁଥିଲେ ।  ୩ବର୍ଷ ପୂର୍ବରୁ ପ୍ରବୀଣଙ୍କୁ ବିବାହ କରିଥିଲେ । ବାହାଘର ସମୟରେ ଘର ବିକି ୪୫ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ଶିଳ୍ପାଙ୍କ ପରିବାର । ସୁନା ଗହଣା, ଗାଡ଼ି, ନଗଦ ଟଙ୍କା ଦେଇ ଝିଅକୁ ବିବାହ କରିବା ପରେ ମଧ୍ୟ ପରବର୍ତ୍ତୀ ସମୟରେ ଶାଶୂଘର ଲୋକ ଯୌତୁକ ଯାତନା ଦେଉଥିଲେ । ଏପରିକି ସ୍ବାମୀ ପ୍ରବୀଣ ଉଚ୍ଚଶିକ୍ଷିତା ସ୍ତ୍ରୀଙ୍କ ଚାକିରି ଦେଖିବା ପରେ ନିଜ ଚାକିରି ଛାଡ଼ି ଗୁପଚୁପ ବିକିବା ଆରମ୍ଭ କରିଥିଲେ । ତେବେ ୨ୟଥର ପାଇଁ ଗର୍ଭବତୀ ଥିବା ଶିଳ୍ପା ଯୌତୁକ ଯାତନା ସହିନପାରି ରୁମ ଫ୍ୟାନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe