କନକ ବ୍ୟୁରୋ: ଯୌତୁକ ଯାତନା ସହିପାରିଲେନି ଆତ୍ମହତ୍ୟା କଲେ ସପ୍ଟୱେୟାର ଇଞ୍ଜିନିୟର । ଗର୍ଭବତୀ ଶିଳ୍ପା ଶେଷରେ ଘରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ସ୍ବାମୀ, ଶାଶୂ ଘର ଲୋକ ଦୀର୍ଘଦିନ ଧରି ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ । ଶେଷରେ ନିର୍ଯାତନା ସହିନପାରି ନିଜ ଘରେ ଝୁଲିପଡିଛନ୍ତି ।
ମୃତ ମହିଳାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ଝିଅକୁ ଶାଶୂଘର ଲୋକ ମାରି ଦେଇଥିବା ଅଭିଯୋଗ କରିବା ପରେ ସ୍ବାମୀ ପ୍ରବୀଣଙ୍କୁ ଗିରଫ କରାଯାଇଛି । ପାଠପଢ଼ାରେ ବେଶ ଭଲ ଥିଲେ ଶିଳ୍ପା । ବେଙ୍ଗାଲୁରୁର ଏକ ନାମୀ ଆଇଟି କମ୍ପାନୀରେ ଚାକିରି କରୁଥିଲେ । ୩ବର୍ଷ ପୂର୍ବରୁ ପ୍ରବୀଣଙ୍କୁ ବିବାହ କରିଥିଲେ । ବାହାଘର ସମୟରେ ଘର ବିକି ୪୫ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ଶିଳ୍ପାଙ୍କ ପରିବାର । ସୁନା ଗହଣା, ଗାଡ଼ି, ନଗଦ ଟଙ୍କା ଦେଇ ଝିଅକୁ ବିବାହ କରିବା ପରେ ମଧ୍ୟ ପରବର୍ତ୍ତୀ ସମୟରେ ଶାଶୂଘର ଲୋକ ଯୌତୁକ ଯାତନା ଦେଉଥିଲେ । ଏପରିକି ସ୍ବାମୀ ପ୍ରବୀଣ ଉଚ୍ଚଶିକ୍ଷିତା ସ୍ତ୍ରୀଙ୍କ ଚାକିରି ଦେଖିବା ପରେ ନିଜ ଚାକିରି ଛାଡ଼ି ଗୁପଚୁପ ବିକିବା ଆରମ୍ଭ କରିଥିଲେ । ତେବେ ୨ୟଥର ପାଇଁ ଗର୍ଭବତୀ ଥିବା ଶିଳ୍ପା ଯୌତୁକ ଯାତନା ସହିନପାରି ରୁମ ଫ୍ୟାନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/29/77-2025-08-29-15-09-26.jpg)