କନକ ବ୍ୟୁରୋ : ବିବାଦରେ ଡ୍ୟୁକ୍ ବଲ୍ । ନରମ ବଲକୁ ନେଇ ଉଠିଲା ପ୍ରଶ୍ନ । ଇଂଲଣ୍ଡରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ଡ୍ୟୁକ୍ ବଲର ବ୍ୟବହାର ହୋଇଥାଏ । ଚଳିତ ଆଣ୍ଡରସନ-ତେନ୍ଦୁଲକର ଟେଷ୍ଟ ମ୍ୟାଚରେ ଏହି ବଲକୁ ନେଇ ବିବାଦ ଦେଖାଦେଇଛି । ବଲଟି ନରମ ହେବା ନେଇ ଉଭୟ ଦଳର ଅଧିନାୟକ ଅଭିଯୋଗ କରିଛନ୍ତି । ପ୍ରାୟ ୩୦ ଓଭରର ଖେଳ ପରେ ବଲ୍ ନରମ ବା ସପ୍ଟ ହୋଇଯାଉଥିବା ଅଭିଯୋଗ ଆସିଛି । ଫଳରେ ବାରମ୍ବାର ବଲ୍ ବଦଳାଇବାରୁ ସମୟ ନଷ୍ଟ ହେବା ସହ ଖେଳର ସମୀକରଣ ବଦଳି ଯାଇଛି । ଏପରି ଅଭିଯୋଗ ଫଳରେ କମ୍ପାନି ତରଫରୁ ଏନେଇ ସମୀକ୍ଷା କରାଯିବ ବୋଲି କୁହାଯାଇଛି । ବଲରେ ବ୍ୟବହାର ହେଉଥିବା ପଦାର୍ଥକୁ ତନ୍ନ ତନ୍ନ କରି ଯାଞ୍ଚ କରାଯିବା ନେଇ କମ୍ପାନି ତରଫରୁ କୁହାଯାଇଛି । ଆବଶ୍ୟକ ସ୍ଥଳେ ପରିବର୍ତ୍ତନ କରାଯାଇପାରେ ବୋଲି ମଧ୍ୟ କୁହାଯାଇଛି । ବ୍ରିଟିଶ କ୍ରିକେଟ ବଲ୍ସ ଲିମିଟେଡ୍, ୧୭୬୦ ରୁ ଡ୍ୟୁକ୍ ବଲ୍ ତିଆରି କରିଆସୁଛି । ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ ବ୍ୟବହୃତ ବଲଗୁଡ଼ିକୁ କମ୍ପାନିକୁ ଫେରାଇବ । କମ୍ପାନିର ମାଲିକ ଦିଲ୍ଲୀପ ଜାଜୋଡିଆ କହିଛନ୍ତି, ସବୁକିଛି ତଦନ୍ତ କରାଯିବ, ଆମେ ବଲକୁ ନେଇ ଯାଞ୍ଚ କରିବୁ । ଆମେ ଯାହା କରୁଛୁ ତାହା ସମୀକ୍ଷା କରାଯିବ ଏବଂ ତା’ପରେ ଯଦି ଆମେ ଅନୁଭବ କରୁ ଯେ କିଛି ପରିବର୍ତ୍ତନ କରାଯିବା ଆବଶ୍ୟକ ତେବେ ପରିବର୍ତ୍ତନ କରିବୁ । ଡ୍ୟୁକ୍ ବଲ୍ ୧୭୬୦ ମସିହାରୁ ତିଆରି ହୋଇଆସୁଛି। ସାମ୍ପ୍ରତିକ ବର୍ଷଗୁଡ଼ିକରେ ଟେଷ୍ଟ ଏବଂ କାଉଣ୍ଟି କ୍ରିକେଟରେ ଏହାର ଗୁଣବତ୍ତା ନେଇ ସମସ୍ୟା ଦେଖାଦେଇଛି । ଏହି ବଲ୍ ଇଂଲଣ୍ଡରେ ଟେଷ୍ଟ ମ୍ୟାଚ୍ ପାଇଁ ବିଶେଷ ଭାବରେ ବ୍ୟବହୃତ ହୁଏ। ଭାରତରେ ଏସଜି ବଲ୍ ଏବଂ ଅଷ୍ଟ୍ରେଲିଆରେ କୁକାବୁରା ବଲ୍ ବ୍ୟବହୃତ ହୁଏ । ଲର୍ଡସ୍ ଟେଷ୍ଟ ସମୟରେ, ଭାରତୀୟ ଅଧିନାୟକ ଶୁବମନ ଗିଲ୍ ଅମ୍ପାୟାରଙ୍କ ଦ୍ୱାରା ଦିଆଯାଇଥିବା ପରିବର୍ତ୍ତିତ ବଲ୍ ଉପରେ ନିରାଶା ପ୍ରକାଶ କରିଥିଲେ । ଗୁଣବତ୍ତା ଯୋଗୁଁ, ଅମ୍ପାୟାରମାନଙ୍କୁ ସମଗ୍ର ସିରିଜରେ ବାରମ୍ବାର ବଲ୍ ପରିବର୍ତ୍ତନ କରିବାକୁ ପଡ଼ିଛି । ଟେଷ୍ଟ ସିରିଜ ପାଇଁ କେଉଁ ବଲ୍ ବ୍ୟବହାର କରାଯିବ ତାହା ଆୟୋଜକ ବୋର୍ଡ ନିଷ୍ପତ୍ତି ନିଅନ୍ତି । ବର୍ତ୍ତମାନ, ଇଂଲଣ୍ଡ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ୨-୧ ରେ ଆଗୁଆ ଅଛି। ଶୁବମନ ଗିଲ କହିଛନ୍ତି, ପରିବର୍ତ୍ତିତ ବଲ୍ ଭଲ ନୁହେଁ । ଯଶପ୍ରୀତ ବୁମରା ମଧ୍ୟ ବଲ୍ ପରିବର୍ତ୍ତନ ଯୋଗୁଁ ବୋଲିଂ କରିବାକୁ କଷ୍ଟକର ଲାଗୁଛି ବୋଲି କହିଛନ୍ତି । ପୂର୍ବତନ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ କହିଛନ୍ତି, ଡ୍ୟୁକ୍ସ ବଲ୍ ଆଉ ପୂର୍ବ ଭଳି ନାହିଁ ।
ନରମ ବଲକୁ ନେଇ ଉଠିଲା ପ୍ରଶ୍ନ, ୩୦ ଓଭର ଖେଳ ପରେ ଡ୍ୟୁକ୍ ବଲ୍ ନରମ ହୋଇଯାଉଥିବା ଅଭିଯୋଗ
ପ୍ରାୟ ୩୦ ଓଭରର ଖେଳ ପରେ ବଲ୍ ନରମ ବା ସପ୍ଟ ହୋଇଯାଉଥିବା ଅଭିଯୋଗ ଆସିଛି । ଫଳରେ ବାରମ୍ବାର ବଲ୍ ବଦଳାଇବାରୁ ସମୟ ନଷ୍ଟ ହେବା ସହ ଖେଳର ସମୀକରଣ ବଦଳି ଯାଇଛି । ଏପରି ଅଭିଯୋଗ ଫଳରେ କମ୍ପାନି ତରଫରୁ ଏନେଇ ସମୀକ୍ଷା କରାଯିବ ବୋଲି କୁହାଯାଇଛି । ବଲରେ ବ୍ୟବହାର ହେଉଥିବା ପଦାର୍ଥକୁ ତନ୍ନ ତନ୍ନ କରି ଯାଞ୍ଚ କରାଯିବା ନେଇ କମ୍ପାନି ତରଫରୁ କୁହାଯାଇଛି । ଆବଶ୍ୟକ ସ୍ଥଳେ ପରିବର୍ତ୍ତନ କରାଯାଇପାରେ ବୋଲି ମଧ୍ୟ କୁହାଯାଇଛି । ବ୍ରିଟିଶ କ୍ରିକେଟ ବଲ୍ସ ଲିମିଟେଡ୍, ୧୭୬୦ ରୁ ଡ୍ୟୁକ୍ ବଲ୍ ତିଆରି କରିଆସୁଛି ।
/kanak/media/media_files/2025/07/19/50-2025-07-19-21-20-39.jpg)