କନକ ବ୍ୟୁରୋ: ମୂଳାଷ୍ଟମୀଠାରୁ ଆରମ୍ଭ କରି ମହାଷ୍ଟମୀ ପର୍ଯ୍ୟନ୍ତ ହେବ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରତାରିଣୀଙ୍କ ପୀଠରେ ସମଗ୍ର ବିଶ୍ୱର କଲ୍ୟାଣ ନିମନ୍ତେ ଷୋଡ଼ଶ ଉପଚାର ପୂଜା ହେବ । ଚାରୋଟି ଆଦିଶକ୍ତି ମଧ୍ୟରୁ ଗୋଟିଏ ହେଉଛି ମା’ଙ୍କ ପୀଠ । 

Advertisment

ଆଜି ମୂଳାଷ୍ଟମୀରେ ପ୍ରଥମେ ଋଷିକୂଲ୍ୟା ନଦୀରେ ପୂଜାର୍ଚ୍ଚନା ଆୟୋଜିତ ହେବ । ସମସ୍ତ ସେବାୟତ ଓ ସେବାୟତଙ୍କ ଧର୍ମପତ୍ନୀ ମାନେ ଋଷିକୂଲ୍ୟା ନଦୀର ଜଳକୁ ଧରି ୯୯୯ ପାହାଚ ଚଢ଼ି ମା’ ଭଗବତୀଙ୍କୁ ଜଳଲାଗି ହେବ । ଏହାପରେ ପଞ୍ଚସୂତ୍ର ଅଭିଷେକ ହେବାପରେ ଭଗବତୀ ଉତଥାପନ ହେବେ । ଏହାସହ ଷୋଡ଼ଶ ଉପଚାର ପୂଜା , ଚଣ୍ଡୀପାଠ ସହ ବିଭିନ୍ନ ରୀତିନୀତିରେ ପୀଠରେ ପୂଜାର୍ଚ୍ଚନା ହେବ । ଆଜି ହେବାକୁ ଥିବା ଷୋଡ଼ଶ ଉପଚାର ପୂଜା କିଭଳି ଶାନ୍ତିଶୃଙ୍ଖଳାର ସହ ଆରମ୍ଭ ହେବ ସେ ନେଇ ଜିଲ୍ଲା ପ୍ରଶାସନ ଓ ମନ୍ଦିର ଟ୍ରଷ୍ଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । 

ସେହିପରି ମୂଳାଷ୍ଟମୀରୁ ମହାଷ୍ଟମୀ ପର୍ଯ୍ୟନ୍ତ ମା’ଙ୍କୁ ମଧ୍ୟ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା କରାଯିବା ସହିତ ମା’ଙ୍କର ବିଭିନ୍ନ ବେଶରେ ପୂଜା କରାଯିବ । ଆଉ ମା’ଙ୍କ  ଏହି ବେଶକୁ ଦେଖିବା ନିମନ୍ତେ ଭକ୍ତ ମାନେ ମଧ୍ୟ ବର୍ଷସାରା ଅପେକ୍ଷା କରି ରହିଥାନ୍ତି ।

ମୂଳାଷ୍ଟମୀ ଠାରୁ କାକଟପୁର ବାସିନୀ ମା ମଙ୍ଗଳାଙ୍କ ପୀଠରେ ଷୋଡଶ ଉପଚାରରେ ପୂଜା ଆରମ୍ଭ ହୋଇଛି । ରୀତିନୀତିରେ ପୂଜାର୍ଚ୍ଚନା ପରେ ମାଙ୍କୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇଥିଲା । ଶାରଦୀୟ ପାର୍ବଣରେ ଷୋଡଶ ଉପଚାରେ ପୂଜା କରାଯିବାର ବିଧି ରହିଛି । ପୂର୍ବରୁ ପଞ୍ଚ ଉପଚାରେ ପୂଜା ଚାଲିଥିଲା ଓ ରାଧାଷ୍ଟମୀ ଅବସରରେ ଶହ ଶହ ଭକ୍ତ କାକଟପୁର ପୀଠକୁ ଆସି ମାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଛନ୍ତି ।