କନକ ବ୍ୟୁରୋ: ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଛି । ମଙ୍ଗଳବାର ଏହି ସମ୍ମିଳନୀର ଚତୁର୍ଥ ଅଧିବେଶନରେ ‘ଯୁବକ ଏବଂ ଜଳବାୟୁ: ଜେନ ‘ସି’ ଶୀର୍ଷକ ଆାଲୋଚନାରେ ସୋକ୍ରାଟସ୍ ଫାଉଣ୍ଡେସନ୍ର କାର୍ଯ୍ୟକ୍ରମ ଏବଂ ସହଭାଗୀତା ନିର୍ଦ୍ଦେଶକ ପ୍ରୀତିପ୍ରଦା ପାଣିଗ୍ରାହୀ କହିଲେ, ଜଳବାୟୁ ଶିକ୍ଷା ନେଇ ଯୁବବର୍ଗଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଉଛି । ଏହି କ୍ଷେତ୍ରରେ ବିପୁଳ ସୁଯୋଗ ରହିଛି । ଏକ୍ଷେତ୍ରରେ ଉପଯୁକ୍ତ ସରକାରୀ ନୀତିର ଆବଶ୍ୟକତା ରହିଛି ।
ଏହି କ୍ଷେତ୍ରରେ ବରିଷ୍ଠ ଲୋକେ ଜ୍ଞାନର ଭଣ୍ଡାର ସାଜି ଏହାକୁ ପରବର୍ତ୍ତୀ ପିଢ଼ିକୁ ସ୍ଥାନାସ୍ତର କରିବା ଜରୁରୀ । ଯାହା ଦ୍ୱାରା ଜଳବାୟୁ ପରିବର୍ତ୍ତନ ନେଇ ସଚେତନା ସହିତ ପରିବେଶ ସୁରକ୍ଷା କରାଯାଇ ପାରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/10/07/priripada-2025-10-07-16-01-25.jpg)