ବୁଲା କୁକୁରଙ୍କୁ ହଟାଇବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦୁଇ ଭାଗରେ ସମାଜ: କେଉଁଠି ଦରଦ, କେଉଁଠି ବିରୋଧ

ବୁଲା କୁକୁରଙ୍କୁ ଧରି ଆଶ୍ରୟସ୍ଥଳରେ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ପଶୁଙ୍କ ପାଇଁ କାମ କରୁଥିବା ଲୋକ ବିରୋଧ କରିଛନ୍ତି।  ଅନ୍ୟଗୋଷ୍ଠୀ ସ୍ୱାଗତ କରିଛନ୍ତି । ଆରମ୍ଭରୁ ମଣିଷ ସମାଜ ସହ କୁକୁର ରହିଛି।  

51

Photograph: (kanak news)

କନକ ବ୍ୟୁରୋ: ବୁଲା କୁକୁରଙ୍କୁ ଧରି ଆଶ୍ରୟସ୍ଥଳରେ ରଖିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ପ୍ରସଙ୍ଗରେ ଦୁଇ ପ୍ରକାର ପ୍ରତିକ୍ରିୟା ପ୍ରକାଶ ପାଇଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ ଭିନ୍ନଭିନ୍ନ ମତ ରଖିଛନ୍ତି । 

ବୁଲା କୁକୁରଙ୍କୁ ଧରି ଆଶ୍ରୟସ୍ଥଳରେ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ପଶୁଙ୍କ ପାଇଁ କାମ କରୁଥିବା ଲୋକ ବିରୋଧ କରିଛନ୍ତି।  ଅନ୍ୟଗୋଷ୍ଠୀ ସ୍ୱାଗତ କରିଛନ୍ତି । ଆରମ୍ଭରୁ ମଣିଷ ସମାଜ ସହ କୁକୁର ରହିଛି।  ଏବେ କୁକୁରଙ୍କୁ  ମଣିଷଠାରୁ ଅଲଗା କରି ଆଶ୍ରୟସ୍ଥଳରେ ବନ୍ଦୀ ଭଳି ରଖିବାକୁ ପଶୁପ୍ରେମୀଙ୍କ ପକ୍ଷରୁ ବିରୋଧ କରାଯାଇଛି। ‘ଏହା ଅମାନବିକ ଓ ନିର୍ଦ୍ଦୟ କାମ ହେବ’ ବୋଲି ପଶୁପ୍ରେମୀ କହିଛନ୍ତି । 

ଏତେ କୁକୁରଙ୍କ ପାଇଁ ଆଶ୍ରୟସ୍ଥଳୀ ନାହିଁ । କୁକୁରଙ୍କ ଖାଇବା ପିଇବା, ଯତ୍ନ ନେବା, ବନ୍ଧ୍ୟାକରଣ ପାଇଁ ପ୍ରଚୁର ଅର୍ଥ ମଧ୍ୟ ଆବଶ୍ୟକ। ଅନ୍ୟପକ୍ଷରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ୱାଗତ କରୁଥିବା ଲୋକ କହିଛନ୍ତି, ଏହା କାର୍ଯ୍ୟକାରୀ କରିବା ପାଇଁ ସମୟ ଅଛି। ଏବେ କୁକୁରଙ୍କ ପାଇଁ ଆଶ୍ରୟସ୍ଥଳୀ ନଥିଲେ ମଧ୍ୟ ବନ୍ଧ୍ୟାକରଣ କେନ୍ଦ୍ର ରହିଛି। ବୁଲା କୁକୁରଙ୍କୁ ଧରି ଅଲଗା ରଖିବାରେ କିଛି ଅସୁବିଧା ହେବ ନାହିଁ ।…

ବୁଲା କୁକୁର କାମୁଡ଼ାରେ ମୃତ୍ୟୁ ଓ କୁକୁରଙ୍କ ଆକ୍ରମଣରେ ଉଦବେଗ ପ୍ରକାଶ କରି ତୁରନ୍ତ ଦିଲ୍ଲୀ ଏନ୍‌ସିଆରରେ ବୁଲା କୁକୁରଙ୍କୁ ଧରି ଆଶ୍ରୟସ୍ଥଳୀରେ ରଖିବା ପାଇଁ ସୁପ୍ରିମକୋର୍ଟ କହିଛନ୍ତି। କୌଣସି ବ୍ୟକ୍ତି କି ସଂଗଠନ ଏହାକୁ ବିରୋଧ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସର୍ବୋଚ୍ଚ ଅଦାଲତ କହିଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe