କନକ ବ୍ୟୁରୋ: ରାଜଧାନୀର ଓୟୋ ହୋଟେଲରେ ମିଳିଲା ସମାଜସେବୀଙ୍କ ମୃତଦେହ । ଝୁଲନ୍ତା ଅବସ୍ଥାରେ ଓୟୋ ରୁମରୁ କାମାକ୍ଷାନଗରର ଦେବୀଦତ୍ତ ମହାପାତ୍ରଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଦେବୀଦତ୍ତଙ୍କ ମୃତ୍ୟୁ କିଭଳି ହୋଇଛି ସେନେଇ ଯାଞ୍ଚ ଆରମ୍ଭ କରିଛି ପୋଲିସ । ହତ୍ୟା ନା ଆତ୍ମହତ୍ୟା ସେନେଇ ତନାଘନା ଆରମ୍ଭ ହୋଇଛି । 

Advertisment

ଗତ ୧୬ ତାରିଖରେ ୩ ଦିନ ପାଇଁ ଅନଲାଇନ୍ ବୁକିଂ କରିଥିଲେ ଦେବୀଦତ୍ତ । ଶନିବାର ଦିନ ୧୨ ଟାରେ ଚେକଆଉଟ୍ କରିବାର ଥିଲା , ହୋଟେଲ ତରଫରୁ ବାରମ୍ବାର କଲ ଓ କଲିଂବେଲ ଦିଆଯାଇଥିଲେ ବି କବାଟ ଖୋଲିଥିଲେ ଦେବୀଦତ୍ତ । ପରେ କେୟାରଟେକର ହୋଟେଲ ମାଲିକଙ୍କୁ ଏନେଇ ଖବର ଦେଇଥିଲେ । ହୋଟେଲ ମାଲିକ ଏନେଇ ପୋଲିସକୁ ଘଟଣା ସମ୍ପର୍କରେ ଜଣେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗିବା ପରେ ମୃତଦେହ ଜବତ କରିଛି । କାମାକ୍ଷାନଗରରେ ଷ୍ଟୁଡିଓ ଚଳାଉଥିବା ଦେବୀଦତ୍ତ କାହିଁକି ଆତ୍ମହତ୍ୟା କଲେ ତାହା ବଡ ପ୍ରଶ୍ନ । ବିବାହକୁ ମାତ୍ର ୭ ମାସ ବିତିଥିବା ବେଳେ ଘରେ ଭିଡିଓ ଏଡିଟ କରିବାକୁ ଯାଉଛି କହି ଭୁବନେଶ୍ୱର ଆସିଥିଲେ । 

ମୃତ ଦେବୀଦତ୍ତଙ୍କ ଭାଇଙ୍କ ଅଭିଯୋଗ ଅନୁଯାୟୀ, ବ୍ଲକର ଅନେକ କାମ କରୁଥିଲେ ଦେବୀଦତ୍ତ। ଲକ୍ଷାଧିକ ଟଙ୍କା ବକେୟା ପଡ଼ିଥିଲେ ସୁଦ୍ଧା ଟଙ୍କା ମିଳୁନଥିଲା । ଏନେଇ ସେ ବାରମ୍ବାର ବ୍ଲକ ଅଧିକାରୀଙ୍କୁ ଜଣେଇଥିଲେ ମଧ୍ୟ ଫଳ ମିଳୁନଥିଲା , ଏମିତିକି ଶେଷରେ ତାଙ୍କୁ ବ୍ଲକ ତରଫରୁ କିଏ କିଏ ଫୋନ କରି ଧମକ ଦେଉଥିଲେ ବୋଲି ଅଭିଯୋଗ ଆଣିଛନ୍ତି।