କନକ ବ୍ୟୁରୋ : ଆଜିକାଲି ସମେସ୍ତ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି। ଅନଲାଇନରେ ସମୟ ବିତାଉଛନ୍ତି। କିନ୍ତୁ ଏହା ଯୋଗୁ ଦିନକୁ ଶିଶୁ ଯୌନ ଉତ୍ପୀଡ଼ନ ମାମଲା ବଢିବାରେ ଲାଗିଛି। ଆମ ରାଜ୍ୟରେ ମଧ୍ୟ ଏଭଳି ମାମଲା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି।

Advertisment

ପିଲାଙ୍କୁ ନଷ୍ଟ କରୁଛି ସୋସିଆଲ ମିଡିଆ! ବଢୁଛି ଶିଶୁ ଯୌନ ଉତ୍ପୀଡ଼ନ ମାମଲା । ଚିନ୍ତା ବଢ଼ାଇଲା ଗୃହ ବିଭାଗର ତଥ୍ୟ। ଶିଶୁ ଯୌନ ଉତ୍ପୀଡ଼ନ ମାମଲାରେ ୨୦୨୧ ଡିସେମ୍ବରେର ସିବିଆଇ ଢ଼େଙ୍କାନାଳରୁ ସୁରେନ୍ଦ୍ର ନାୟକ ନାମକ ଜେଣ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ସୋସିଆଲ ମିଡିଆରେ ଶିଶୁ ପଣ୍ଣର୍ଗ୍ରାଫିକୁ ପ୍ରସାର କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା।

ଦୁଇ ବର୍ଷ ପରେ ରାଜ୍ୟରେ ଶିଶୁ ଯୌନ ଉତ୍ପୀଡ଼ନ ମାମଲା ବୃଦ୍ଧି ପାଉଥିବା ଜଣାପଡିଛି। ଏନେଇ ଗୃହ ବିଭାଗ ପକ୍ଷରୁ ପ୍ରକାଶ ଶ୍ୱେତପତ୍ରରୁ ଏପରି ତଥ୍ୟ ସାମ୍ନାକୁ ଆସିଛି। ଶିଶୁ ଅଶ୍ଳୀଳତା, ଦୁଷ୍କର୍ମ ଏବଂ ଗଣଦୁଷ୍କମ ସମ୍ପର୍କିତ ଫଟୋ, ଭିଡିଓ ଅପ୍‌ଲୋଡ୍‌ ଘଟଣା ବୃଦ୍ଧି ପାଉଛି। ଗତ ୪ ବର୍ଷରେ ଶିଶୁ ଯୌନ ଉତ୍ପୀଡ଼ନ ନେଇ ୨୦୧୩ଟି ମାମଲା ରୁଜୁ ହୋଇଛି। ସେଥିରୁ ମାତ୍ର ୩୯୩ଟି ମାମଲାର ସମାଧାନ ହୋଇଛି। ୨୦୨୨ରେ ୬୨୦ ମାମଲାରୁ ୨ଟି ମାମଲା ସମାଧାନ ହୋଇଛି। ୨୦୨୩ରେ ୫୭୧ଟି ମାମଲାରୁ ୧୪୨ଟିର ସମାଧାନ ହୋଇଛି।

ନ୍ୟାସନାଲ ସେଣ୍ଟର ଫର ମିସିଂ ଆଣ୍ଡ ଏକ୍ସେପ୍ଲାଏଟେଡ ଚିଲେଡ୍ରନ ପକ୍ଷରୁ ପ୍ରକାଶିତ ରିପୋର୍ଟ ମୁତାବକ, ୫ ଜଣ ପିଲାଙ୍କ ମଧ୍ୟରୁ ଜଣଙ୍କୁ ଅନଲାଇନରେ ଯୌନ ସମ୍ପର୍କ ରଖିବାକୁ କହୁଛନ୍ତି ୟୁଜର୍ସ। ୫୦% ସୋସିଆଲ ମିଡିଆ ଦ୍ୱାରା ଯୌନ ଉତ୍ପୀଡ଼ନର ଶିକାର ହେଉଛନ୍ତି। ହେଲେ ସବୁଠୁ ବଡ଼ କଥା ହେଉଛି ଏଭଳି ମାମଲାର ସମାଧାନ ସଂଖ୍ୟା ବହୁତ କମ୍‌।

ପିଲାମାନଙ୍କୁ ଏଭଳି ଯୌନ ଉତ୍ପୀଡ଼ନରୁ ରକ୍ଷା କରିବାରେ ଅଭିଭାବକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପିଲାମାନେ ଅନଲାଇନେର କ’ଣ କରୁଛନ୍ତି , କେଉଁ ଆପ ବ୍ୟବହାର କରୁଛନ୍ତି, ତାହା ପିତାମାତା ତଦାରଖ କରିବା ସହ ସେମାନଙ୍କ ପାଇଁ ଏକ ସୀମା ନିର୍ଦ୍ଧାରଣ କରିବାର ଆବଶ୍ୟକତା ରହିଛି।