କନକ ବ୍ୟୁରୋ : କାହାକୁ ଭିୟୁ, ଲାଇକ୍, କମେଣ୍ଟ ଗୋଟାଇବାର ଲୋଭ ବାଇଆ କରୁଛି, ପୁଣି କାହାକୁ ଘାରୁଛି ସୋସିଆଲ ମିଡିଆ ଷ୍ଟାର୍ ବନିବାର ସ୍ବପ୍ନ । ଏସବୁ ଭିତରେ ଅନେକେ ପାଶୋରି ଯାଉଛନ୍ତି ସଂପର୍କ ଓ ପରିବାର ପ୍ରତି ଦାୟିତ୍ବବୋଧ । ଅଶ୍ଳୀଳତା ପୂର୍ଣ୍ଣ ରିଲ୍ସ ତିଆରିକୁ ନେଇ ବହୁ ସ୍ବାମୀ-ସ୍ତ୍ରୀ ସଂପର୍କରେ ଫାଟ ସୃଷ୍ଟି ହେଉଛି । କଥା ବିବାହ ବିଚ୍ଛେଦ ଯାଏଁ ବି ଯାଉଥିବା ସଖି ସେଣ୍ଟର ଗୁଡ଼ିକରେ ଦେଖିବାକୁ ମିଳୁଛି । ଏଭଳି ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିବା ସହ ‘ପୂଜା ସମୟରେ ଉପବାସରେ ରହିବା ଭଳି ରିଲ୍ସରୁ ବିରତି ନିଅ, ପରିବାରକୁ ସମୟ ଦିଅ’ ବୋଲି ଅପିଲ୍ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଆଜି ବି ବହୁ ମହିଳା ଯୌତୁକ ଜୁଇରେ ଜଳିବା ଚିନ୍ତାଜନକ । ଘରୋଇ ହିଂସା କମାଇବାକୁ ଥାନାରେ ମହିଳା ଓ ଶିଶୁ ଡେସ୍କକୁ ମଜଭୁତ କରାଯିବ ବୋଲି କହିଛନ୍ତି ପ୍ରଭାତୀ । ମହିଳା ସୁରକ୍ଷା ଆଇନର ଦୁରୁପଯୋଗକୁ ନେଇ ଚିନ୍ତା ପ୍ରକଟ କରିବା ସହ ଇଭ୍ ଟିଜିଂ ଯୋଗୁଁ ବହୁ ଛାତ୍ରୀ ଅଧାରୁ ପାଠ ଛାଡ଼ୁଥିବା କହିଛନ୍ତି । ସେପଟେ ନାରୀ ନିର୍ଯାତନା ମାମଲା ଗୁଡ଼ିକର ତ୍ବରିତ ତଦନ୍ତ ସହ ଦୋଷୀ ଯେପରି ଖସି ନଯିବେ ତା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ପୁଲିସ୍ ଡିଜି ୱାଇ.ବି. ଖୁରାନିଆ । ରାଜ୍ୟରେ ବଢ଼ୁଥିବା ମହିଳା ହିଂସାକୁ ରୋକିବା ପୁଲିସ ଓ ସରକାର ପାଇଁ ବଡ ଆହ୍ବାନ ପାଲଟିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/09/09/53-2025-09-09-19-46-08.jpg)