କନକ ବ୍ୟୁରୋ: ଆଗକୁ ହରିୟାଣାରେ ବିଧାନସଭା ନିର୍ବାଚନ ଅଛି ଏବଂ ଭୋଟ୍ ଦେବାର ଠିକ୍ ପୂର୍ବରୁ ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ଗୁରୁମିତ ରାମ ରହୀମ ପାରୋଲ ପାଇଛନ୍ତି । ରାମରହିମଙ୍କୁ ୨୦ ଦିନ ପାରୋଲ ମିଳିଛି । ମୁଖ୍ୟମନ୍ତ୍ରୀ ନୟବ ସିଂ ସାଇନି ମଙ୍ଗଳବାର ଦିନ ଗୁରୁମିତ ରାମ ରହୀମଙ୍କ ୨୦ଦିନିଆ ପାରୋଲ ଆବେଦନକୁ ଅନୁମୋଦନ କରିଛନ୍ତି । ଦୁଇ ଶିଷ୍ୟଙ୍କୁ ବଳାତ୍କାର ଅଭିଯୋଗରେ ଡେରା ସଚ୍ଚା ସୈଦା ର ମୁଖ୍ୟ ଗୁରୁମିତ ରାମ ରହୀମ ସିଂ ବର୍ତ୍ତମାନ ୨୦ ବର୍ଷର କାରାଦଣ୍ଡ ମିଳିଛି । ଡେରା ମୁଖ୍ୟ ବର୍ତ୍ତମାନ ରୋହତକର ସୁନାରିଆ ଜେଲରେ ଅଛନ୍ତି। ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରା କହିଛନ୍ତି ଏହା ବିଜେପିର ଷଡଯନ୍ତ୍ର । ସେ କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ରାମ ରହୀମଙ୍କୁ ଜେଲରୁ ବାହାର କରି କଂଗ୍ରେସର ବିଜୟ ଆଶାକୁ ଦୁର୍ବଳ କରିବା ପାଇଁ ବିଜେପି ଏକ ଷଡଯନ୍ତ୍ର ରଚିଛି। ତେବେ ରାମରହିମଙ୍କୁ ଦେଖା କରିବା ପାଇଁ ନେତା ବା ସାଧାରଶ ଲୋକଙ୍କ ପାଇଁ କୌଣସି ପ୍ରତିବନ୍ଧକ ଲାଗିନାହିଁ ।
ପାରୋଲରେ ଆସିଲେ ତଥାକଥିତ ଧର୍ମଗୁରୁ ରାମରହିମ ; ୨୦ ଦିନ ପାଇଁ ଜେଲରୁ ବାହାରିଛନ୍ତି ଆତ୍ମଘୋଷିତ ବାବା
Advertisment
Follow Us