ସୁନ୍ଦରଗଡରେ ତୁଷାରପାତ ; କୋଇଡାରେ ୫ ଡିଗ୍ରୀକୁ ଖସିଲା ପାରଦ

ଖସୁଛି ପାରଦ, ବଢୁଛି ଶୀତର ପ୍ରକୋପ ।  ଆସନ୍ତାକାଲି ଯାଏଁ ଶୀତରେ ଥରିବ ଆଭ୍ୟନ୍ତରୀଣରୁ ଉପକୂଳ ଓଡ଼ିଶା ।  କୋଇଡାରେ ବରଫ ବର୍ଷା, ୫ ଡିଗ୍ରୀ ତଳକୁ ଖସିଲା ପାରଦ ।

24a

କନକ ବ୍ୟୁରୋ: କୋଇଡାରେ ଭୀଷଣ ଥଣ୍ଡା । ପ୍ରବଳ ଶୀତ ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ସୁନ୍ଦରଗଡ ଜିଲ୍ଲା କୋଇଡା ଅଞ୍ଚଳରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ହୋଇଛି । ରାତ୍ରିରେ ତାପମାତ୍ରା ୫ ଡିଗ୍ରୀ ତଳେ ରହିବା ପରେ କୋଇଡା ଅଞ୍ଚଳର ବିଭିନ୍ନ ମାଟି ଉପରେ ବରଫର ଆସ୍ତରଣ ଦେଖିବାକୁ ମିଳିଛି । ଖୋଲା ପଡ଼ିଆ, ଗାଡିର ଉପର ଭାଗରେ ବରଫର ଚାଦର ଢାଙ୍କି ହୋଇଥିବା ଦେଖିବାକୁ ମିଳିଛି ।  ଖଣି ଅଞ୍ଚଳ ହୋଇଥିବାରୁ ବିଶେଷ କରି ରାତ୍ରି ସିପ୍ଟ ଓ ସକାଳୁ କାର୍ୟ୍ୟକୁ ଯାଉଥିବା ଶ୍ରମିକ , ଖଟିକିଆ ଶ୍ରମିକ, ଗରିବ ବୃଦ୍ଧ ବୃଦ୍ଧା ସମସ୍ୟା ଭୋଗୁଛନ୍ତି । କୋଇଡାର ଟେନସା, କାଲଟା, ମାଲଦା, କୋଇଡା ଆଦି ଅଞ୍ଚଳରେ ତୁଷାର ପାତ ଦେଖିବାକୁ ମିଳିଥିଲା । ସେପଟେ ଆଜି ପ୍ରଳ ଥଣ୍ଡା ପାଇଁ ସୁନ୍ଦରଗଡକୁ ୟେଲୋ ୱାର୍ଣିଂ ଜାରି କରିଛି ପାଣିପାଗ ବିଭାଗ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe