ଦେବଭୂମି ଉତ୍ତରାଖଣ୍ଡର ବାବା କେଦାରନାଥ ଧାମରେ ପ୍ରକୃତିର ମନ୍ତ୍ରମୁଗ୍ଧ ଦୃଶ୍ୟ ଦେଖିବାକୁ ମିଳୁଛି । ବରଫ ଯେମିତି ବାବାଙ୍କ ଶୃଙ୍ଗାର କରିବା ପାଇଁ ଦେବଭୂମିକୁ ଓହ୍ଲାଇ ଆସିଛି । ଚାରିଆଡ଼େ ଧବଳ ବରଫ ଆଉ ମଧ୍ୟରେ ବାବାଙ୍କ ମନ୍ଦିର । ଲାଗୁଛି ସୁଉଚ୍ଚ ପାହାଡ଼ ଯେମିତି ବରଫର ଚାଦର ଘୋଡ଼ାଇଛି । ଶୀତ ପାଇଁ ବାବାଙ୍କ ମନ୍ଦିର କବାଟ ବନ୍ଦ ଥିବା ବେଳେ ପର୍ଯ୍ୟଟକ କେବଳ ବରଫର ଅବିସ୍ମରଣୀୟ ଅନୁଭବକୁ ସାଇତିବା ପାଇଁ ଆସୁଛନ୍ତି ।
/kanak/media/media_files/2024/12/28/nN6fPbCnfFgGXBeG3GO7.jpg)
ପାହାଡ଼ରେ ୨ ଦିନ ହେଲାଣି ଲଗାତାର ବରଫପାତ ଏବଂ ବର୍ଷା ଲାଗିରହିଛି । ବରଫପାତ ସଙ୍ଗେ ସଙ୍ଗେ ଶୀତର ପ୍ରକୋପ ମଧ୍ୟ ବଢିଛି । ଭଗବାନ ନନ୍ଦୀ ତ ବରଫ ଘୋଡ଼ାଇ ଥିଲା ଭଳି ଦିଶୁଛନ୍ତି । ମନ୍ଦିରରେ ଅଢେଇ ଫୁଟର ବରଫ ଆଚ୍ଛାଦିତ ହୋଇରହିଛି । ଏଭଳି ସ୍ଥିତିରେ ମନ୍ଦିରର ପୁନଃନିର୍ମାଣ କାମରେ ଜୁଟିଥିବା ଶ୍ରମିକ ସୋନପ୍ରୟାଗ ଫେରୁଛନ୍ତି ।
/kanak/media/media_files/2024/12/28/PBNQnFnIDSduytNdX0Dt.png)
କେଦାରନାଥ ଧାମ ପାହାଡ଼ରେ ଶୁକ୍ରବାରରୁ ହିଁ ପାଗ ଖରାପ ଚାଲିଛି । ଉଚ୍ଚ ହିମାଳୟ କ୍ଷେତ୍ରରେ ଲଗାତାର ବରଫପାତ କାରଣରୁ ତଳିଆ ଅଞ୍ଚଳରେ ବର୍ଷା ଲାଗିରହିଛି । ବରଫପାତ ସାଙ୍ଗକୁ ବର୍ଷା ଥଣ୍ଡାର ପ୍ରକୋପକୁ ଆହୁରି ବଢାଇ ଦେଇଛି ।
/kanak/media/media_files/2024/12/28/i88RdTh7vRy1BKdpoueC.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2024/12/28/2d8y4oYcwUdsLuDSrQCi.jpg)