କନକ ବ୍ୟୁରୋ :ସରଣ୍ଡା ଜଙ୍ଗଲରେ ଶନିବାର ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସହିଦ ସନ୍ଧାନୀ କୁକୁରକୁ ଆଜି ସଲାମୀ ଦିଆଯିବ । ଖୁଣ୍ଟି ସ୍ଥିତ କୋବ୍ରା ବାଟାଲିୟମର ହେଡକ୍ୱାର୍ଟରରେ ରାଜକୀୟ ସ୍ତରରେ ‘କେନାଇନ୍‌ ଷ୍ଟନର’ ଶେଷ ସମ୍ମାନ ଦିଆଯିବ । ଗତକାଲି ସୁନ୍ଦରଗଡ଼ ସୀମାନ୍ତ ଛୋଟାନାଗରା ଥାନା ଅଧୀନସ୍ଥ ବାଲିବା ଗାଁ ନିକଟରେ ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଘଟଣାସ୍ଥଳରେ ସନ୍ଧାନୀ କୁକୁର ଷ୍ଟନର ସହିଦ ହୋଇଯାଇଥିଲା । ସେହିପରି ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ କୋବ୍ରା ୨୦୯ ବାଟାଲିଅନ୍‌ର ଜଣେ ଯବାନ ଆହତ ହୋଇଛନ୍ତି । 

Advertisment

ଅଧିକ ପଢ଼ନ୍ତୁ--'ଇଲେକ୍ସନ ପୂର୍ବଦିନ ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍ '

ସରଣ୍ଡା ଜଙ୍ଗଲରେ କୋବ୍ରା ୨୦୯ ବାଟାଲିଅନ୍‌ର ଏକ ଟିମ  ନକ୍ସଲବିରୋଧୀ ଅଭିଯାନ ଚଳାଇଥିବା ବେଳେ ଏହି ଅଘଟଣ ଘଟିଛି । ଘଟଣା ପରେ ସୁରକ୍ଷାବଳ ଅଞ୍ଚଳକୁ ଘେରି ସର୍ଚ୍ଚ ଅପରେସନ୍‌କୁ ତୀବ୍ର କରିଛନ୍ତି । ଷ୍ଟନର ନିଜ ଜୀବନ ଦେଇ ଅନେକ ଯବାନଙ୍କ ଜୀବନ ରକ୍ଷାକରିଛି ବୋଲି କୁହାଯାଇଛି । ସେ ଜଙ୍ଗଲରେ ନକ୍ସଲଙ୍କ ଦ୍ବାରା ଲଗା ଯାଇଥିବା ବୋମା ଖୋଜିବାରେ ସୁଦକ୍ଷ ଥିଲା । ଶତାଧିକ ବୋମା ଖୋଜି ଅନେକ ଯବାନଙ୍କ ଜୀବନ ବଞ୍ଚାଇଥିବା ଷ୍ଟନର ନିଜର ଜୀବନ ବଞ୍ଚାଇ ପାରିଲାନାହିଁ । ଆଜି କୋବ୍ରା ବାଟାଲିୟନର ହେଡକ୍ଵାଟର୍ସ ଖୁଂଟି ଠାରେ ରାଜକୀୟସ୍ତରରେ ‘କେନାଇନ୍‌ ଷ୍ଟନର’କୁ ସସମ୍ମାନ ସହୀଦ ସଲାମୀ ଦିଆଯିବ ।