ପ୍ରକାଶ ପାଇଲା ନିଟ୍ ୟୁଜି ପରୀକ୍ଷାଫଳ; ଓଡ଼ିଶାର ସ୍ନେହାଶିଷ ଦାଶ ଟପ୍ପର

ପ୍ରକାଶ ପାଇଲା ନିଟ୍ ୟୁଜି ପରୀକ୍ଷାଫଳ ।  ରାଜସ୍ଥାନର ମହେଶ କେଶୱାନୀ ଟପ୍ପର । ୬୦ ରାଙ୍କରେ ଥିବା ସ୍ନେହାଶିଷ ଦାସ ଓଡ଼ିଶା ଟପ୍ପର । ଦେଶର ୫୦୦ ସହରରେ ପରୀକ୍ଷା ଦେଇଥିଲେ ୨ଲକ୍ଷ ୭୦ ହଜାର ପରୀକ୍ଷାର୍ଥୀ ।

NEET UG topper

NEET UG topper Photograph: (KanakNews)

କନକ ବ୍ୟୁରୋ: ପ୍ରକାଶ ପାଇଲା ନିଟ୍ ୟୁଜି ପରୀକ୍ଷାଫଳ । ରାଜସ୍ଥାନ ହନୁମାନଗଡ଼ର ମହେଶ କେଶ୍ବୱାନୀ ସାରା ଦେଶରେ ଟପ୍ପର ହୋଇଛନ୍ତି । ଓଡ଼ିଶା ଟପ୍ପର ହୋଇଛନ୍ତି ସ୍ନେହାଶିଷ ଦାଶ । ସେ ସର୍ବଭାରତୀୟ ସ୍ତରରେ ୬୦ ରାଙ୍କ ରଖିଛନ୍ତି । ସ୍ନେହାଶିଷ ଦିଲ୍ଲୀ ପବ୍ଲିକ୍ ସ୍କୁଲ ଡିପିଏସ୍ କଳିଙ୍ଗର ଛାତ୍ର । ନିଟ୍‌ ଅଫିସିଆଲ ୱେବସାଇଟରୁ ପରୀକ୍ଷାଫଳ ପାଇ ପାରୁଛନ୍ତି ଛାତ୍ରଛାତ୍ରୀ । କାଉନସେଲିଂ ପାଇଁ ଖୁବ ଶୀଘ୍ର ତାରିଖ ଘୋଷଣା କରାଯିବ । 

NTA ନିଟ୍ ୟୁଜି ୨୦୨୫ ପରୀକ୍ଷାଫଳ ଅଫିସିଆଲ୍ ୱେବସାଇଟରେ ଜାରି କରିଛି । ତେଣୁ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଅଫିସିଆଲ ୱେବସାଇଟ୍ neet.nta.nic.in କୁ ଯାଇ ରେଜଲ୍ଟ ଚେକ୍ କରିପାରିବେ । ପରୀକ୍ଷାର୍ଥୀ ଇମେଲ୍ ଜରିଆରେ ସ୍କୋର କାର୍ଡ ଦେଖିପାରିବେ ।
 

କେମିତି ଡାଉନଲୋଡ୍ କରିବେ :
-ପ୍ରଥମେ ATA  ଅଫିସିଆଲ୍ ୱେବସାଇଟକୁ ଯାଆନ୍ତୁ
- ହୋମ୍ ପେଜରେ NEET UG 2025 Result ର ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
-ଏବେ ଆଡମିଟ୍ କାର୍ଡ ନମ୍ବର ଏବଂ ଜନ୍ମ ତାରିଖ ଲେଖି ଦାଖଲ କରନ୍ତୁ । ଏହା କରିବା ପରେ, ଫଳାଫଳ ଆସିବ ।
-ଏହାକୁ ଡାଉନଲୋଡ୍ କରି ପ୍ରିଣ୍ଟଆଉଟ୍ ବାହାର କରିପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe