କନକ ବ୍ୟୁରୋ: ଆଜି ବୃନ୍ଦାବନ ଚନ୍ଦ୍ର ମାଧବ ଶ୍ରୀକ୍ଷେତ୍ରରେ ସୁଉଚ୍ଚ ସ୍ନାନବେଦିରେ ବିଜେ ହୋଇ ଭକ୍ତଗଣଙ୍କୁ ଦର୍ଶନ ଦେଉଛନ୍ତି । ଆଜି ମାନବୀୟ ଲୀଳା ନ୍ୟାୟରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଭାଇ ଭାଉଣୀ ଓ ଆୟୁଧ ଚକ୍ରରାଜ ସୁଦର୍ଶନଙ୍କ ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥ ।

Advertisment

’ରାଧାରାଣୀ ପୁଷ୍ପ ତୋଳେ …କୃଷ୍ଣଙ୍କ ନିମନ୍ତେ ଫୁଲକୁ ଝଳେ ,ମଣ୍ଡାଇ ଦିଏ ଶରୀରେ ସଖୀ ଗୋ…’ ଆଜି ଷୋଳ ସହସ୍ର ଗୋପାଙ୍ଗନା ଓ ରାଧାରାଣୀଙ୍କ ପରି ଭକ୍ତଙ୍କ ଅର୍ପିତ ପୁଷ୍ପମାଳାଙ୍କୁ ପରିଧାନ କରିଛନ୍ତି ମହାପ୍ରଭୁ । ଶିରେ ଶିଖି ପୁଚ୍ଛ ତୋଳି ଯେ ନାଚନ୍ତି ଢ଼ଳି ,ତେଣୁ ରସରାଜ ମୋ ବିହାରି ସଖୀ ଗୋ…’ । ଆମ ଭଗବାନ୍ ମଥାରେ ମଣ୍ଡନ ହୁଅନ୍ତି ଫୁଲରେ ବିଭୂଷିତ ହୁଅନ୍ତି ମଥାରେ ପିନ୍ଧନ୍ତି ମୟୂର ଚନ୍ଦ୍ରିକା । ସେଥିପାଇଁ କେଡ଼େ ସୁନ୍ଦର ସେ । 

ଆଜି ମହାପ୍ରଭୁଙ୍କ ସେବାରେ ଏକତ୍ରିତ ହୁଅନ୍ତି ସମସ୍ତ ସେବାୟତ । ଦତ୍ତ ମହାପ୍ରଭୁଙ୍କଠାରୁ ଆରମ୍ଭ କରି ଗରାବଡ଼ୁ, ଦଇତାଙ୍କ ଯାଏଁ  ସମସ୍ତେ ଏକାଠି ବଡ଼ ଦିଅଁଙ୍କ ପାଖରେ ସେବା ଅର୍ପଣ କରନ୍ତି । ଜ୍ୟେଷ୍ଠ ପୂର୍ଣ୍ଣିମା, ମହାପ୍ରଭୁଙ୍କ  ଆବିର୍ଭାବର ଦିନ । ତେଣୁ ଆଜି ଯେଉଁ କର୍ମ ଆରମ୍ଭ କଲେ ସବୁ ହୋଇଯାଏ ପବିତ୍ର ।