କନକ ବ୍ୟୁରୋ: ଆଜି ଆଉ କିଛି ଭାବିବାର ନାହିଁ । ଆଜି ତ କେବଳ ଗୋଟିଏ ଭାବନା, ମହାପ୍ରଭୁଙ୍କୁ ପାଖରେ ପାଇ ଆଉ କି ଚିନ୍ତା ମୁଣ୍ଡରେ ଅଛି ଯେ? ସେଥିପାଇଁ ତ ତା ପାଖକୁ ଭିଡ଼ି ହୋଇ ଆସିଛନ୍ତି ଭକ୍ତ । ଗୋଟିଏ ସମ୍ବତ୍ସର ପରେ ପୁଣି ଏ ଭାଗ୍ୟରେ ତୁମକୁ ଏପରି ଭାବରେ ଦେଖିବାକୁ ଭାଗ୍ୟ ଦେଇଛ । ମୋ ନୟନ ପଥରେ ଆରୂଢ଼ ହୋଇ ତୁମ ଭାବାବେଗରେ ମୋତେ ଆବିଷ୍ଟ କରିଛ ପ୍ରଭୁ !  ଏ ରୂପକୁ ଦେଖିବାକୁ ଯେଉଁ ବାଞ୍ଛା କରିଥିଲି ସେ ବାଞ୍ଛାକୁ ଆଜି ପରିପୂର୍ଣ୍ଣ କରିଛ ମହାପ୍ରଭୁ !  ତୁମ ଚକା ଆଖିକୁ ଦେଖିବା ପରେ, ତୁମ ଦୁଇ ଚନ୍ଦ୍ର, ସୂର୍ଯ୍ୟ ନୟନକୁ ଦେଖିବା ପରେ ମୁଁ ଏ ଜଞ୍ଜାଳ କଥା ଭୁଲିଯାଉଛି ।

Advertisment
ମଣିମା-୨
ମଣିମା-୨ Photograph: (କନକ ନ୍ୟୁଜ୍)

ମହାପ୍ରଭୁଙ୍କ ଦେଖିବା ପରେ ଆଜି ଭକ୍ତର ହୃଦୟ ବିଗଳିତ ହେଉଛି । ଆଖିରୁ ଝରୁଛି ଧାର ଧାର ଅଶ୍ରୁ । ସେ ଅଶ୍ରୁ ଆଜି ସୁବାସିତ ଜଳ ପୂର୍ବରୁ ଧୋଇ ଦେଉଛି ମହାପ୍ରଭୁଙ୍କ ଶ୍ରୀପାଦପଦ୍ମକୁ ଯେପରି । ଯେଉଁ ଚିତ୍ତ ସଂସାର ଦୁଃଖ ସୁଖ ଭିତରେ ଘାଣ୍ଟି ହୋଇ ଅସ୍ଥିର ହୋଇପଡୁଥିଲା ଆଜି ସେ ଚିତ୍ତ ତୁମକୁ ଦେଖିଲା ପରେ ଭିନ୍ନ ଏକ ଭାବରେ ଅସ୍ଥିର ହୋଇଉଠୁଛି, ବ୍ୟାକୁଳ ହୋଇଉଠୁଛି । ଏ ଅସ୍ଥିରତା, ବ୍ୟାକୁଳ ଭାବ ପୂର୍ଣ୍ଣତା ଆଡ଼କୁ । ଏ ହେଉଛି ଚିର ଇସ୍ପିତ ଦିଅଁଙ୍କ ପାଖରେ ଭକ୍ତର ଆତ୍ମ ନିବେଦନ, ଭାବନା, ପ୍ରାର୍ଥନା ।