କନକ ବ୍ୟୁରୋ: ରାଜ୍ୟରେ ଡ୍ରଗ୍ସ କାରବାର ସମ୍ପୂର୍ଣ୍ଣ ମୂଳପୋଛ ହେବ। ଖୁବଶୀଘ୍ର ଅବକାରୀ ନିୟମରେ ହେବ ବ୍ୟାପକ ପରିବର୍ତ୍ତନ। ଚୋରାମଦ କାରବାର କଠୋର ଭାବେ ଦମନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନିସିବି ଓ ଅବକାରୀ ବିଭାଗ କରିବେ ମିଳିତ ଅପରେସନ। ରାଜ୍ୟରେ ଯେଉଁ ସ୍ଥାନରେ ଚୋରାମଦର କାରବାର ହେଉଛି ଦେଶୀ ହେଉ କି ବିଦେଶୀ। ସେଗୁଡିକୁ କଠୋର ହସ୍ତରେ ଦମନ କରିବାକୁ ଅବକାରୀ ବିଭାଗ କଡ଼ା ପଦକ୍ଷେପ ନେବାକୁ ଯାଉଛି।
ଅବକାରୀ ନିୟମରେ ବ୍ୟାପକ ପରିବର୍ତ୍ତନ ନେଇ ମାନସ ମନ୍ଥନ କରାଯାଉଛି। ଡ୍ରଗ୍ସ ଭଳି ଯେଉଁ ସବୁ ନିଶା କାରବାର ବିଭିନ୍ନ ଅଞ୍ଚଳରେ ବଢି ଚାଲିଛି ତା ପାଇଁ ମିଳିତ ଅପରେସନ କରାଯିବ। ଏନିସିବି ସହ ମିଶି ଅବକାରୀ ବିଭାଗ ଚଢ଼ାଉ କରି ସମ୍ପୂର୍ଣ୍ଣ ମୂଳପୋଛ କରିବେ। କଠୋର ପଦକ୍ଷେପ ନେବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/media_files/2024/11/22/oTP3mrM1ItgshTOfaLWU.jpg)