କନକ ବ୍ୟୁରୋ: ଶେଷରେ ମୁହଁ ଖୋଲିଲେ ସ୍ମୃତି ମନ୍ଧାନା । ଭାରତୀୟ ମହିଳା କ୍ରିକେଟ୍ ଦଳର ଚର୍ଚ୍ଚିତ ଷ୍ଟାର ଖେଳାଳି ସ୍ମୃତି ମନ୍ଧାନା ଏବେ ନିଜର ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି । କାହିଁକା ନା ହଠାତ୍ ତାଙ୍କର ବିବାହ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା । ହେଲେ ଏବେ ସ୍ମୃତି ସାମ୍ନାକୁ ଆସିବା ସହିତ ତାଙ୍କ ବାହାଘର କ୍ୟାନସଲ୍ ହୋଇଯାଇଥିବା ନେଇ ସୂଚନା ଦେଇଛନ୍ତି ।
ତେବେ ସ୍ମୃତି ମନ୍ଧାନା ଏବଂ ପଲାଶ ମୁଚ୍ଚଲଙ୍କ ବିବାହ ସ୍ଥଗିତ ରହିବା ନେଇ ଖୋଦ୍ ସ୍ମୃତି ଏବେ ନିଜର ନୀରବତା ଭାଙ୍ଗିଛନ୍ତି । ମନ୍ଧାନା ସୋସିଆଲ ମିଡିଆରେ ନିଜର ବିବାହ ବାତିଲକୁ ଗ୍ରହଣ କରି ଏକ ବିବୃତ୍ତି ଜାରି କରିଛନ୍ତି। ମନ୍ଧାନା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି ଯେ "ବିବାହ ବାତିଲ ହୋଇଛି"।
ଜାଣିରଖିବା ଉଚିତ ଯେ, ମନ୍ଧାନା ଏବଂ ପଲାଶଙ୍କ ବିବାହ ନଭେମ୍ବର ୨୩ ତାରିଖରେ ହେବାର ଥିଲା କିନ୍ତୁ ବିବାହ ସମୟରେ ଜଣାପଡିଥିଲା ଯେ ମନ୍ଧାନାଙ୍କ ବାପା ଅସୁସ୍ଥ ଥିଲେ, ଯେଉଁ କାରଣରୁ ବିବାହ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା କିନ୍ତୁ ଏବେ ୧୫ ଦିନ ପରେ ଅର୍ଥାତ୍ ୭ ଡିସେମ୍ବରରେ, ମନ୍ଧାନା ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ଏକ ଷ୍ଟୋରି ସେୟାର କରି ବିବାହ ବାତିଲକୁ ଗ୍ରହଣ କରିଛନ୍ତି ।
/filters:format(webp)/kanak/media/media_files/2025/12/07/insta-story-2025-12-07-14-04-05.webp)
କଣ ଲେଖିଛନ୍ତି ମନ୍ଧାନା?
ମନ୍ଧାନା ତାଙ୍କ ପୋଷ୍ଟରେ ଲେଖିଛନ୍ତି, "ଗତ କିଛି ସପ୍ତାହ ଧରି ମୋ ଜୀବନ ବିଷୟରେ ଅନେକ କଳ୍ପନାଜଳ୍ପନା ଚାଲିଛି ଏବଂ ମୁଁ ଭାବୁଛି ଯେ ଏହି ସମୟରେ ମୁଁ କହିବା ଉଚିତ୍ । ମୁଁ ଜଣେ ଅତ୍ୟନ୍ତ ବ୍ୟକ୍ତିଗତ ଲୋକ ଏବଂ ମୁଁ ଏହିପରି ରହିବାକୁ ଚାହେଁ, କିନ୍ତୁ ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ବିବାହ ବାତିଲ କରାଯାଇଛି। ମୁଁ ଏହି ବିଷୟକୁ ଏଠାରେ ହିଁ ରଖିବାକୁ ଚାହୁଁଛି । ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଏହି ସମୟରେ ଉଭୟ ପରିବାରର ଗୋପନୀୟତାକୁ ସମ୍ମାନ ଦିଅନ୍ତୁ ଏବଂ ଆମକୁ ଆଗକୁ ବଢ଼ିବାକୁ ଦିଅନ୍ତୁ। ମୁଁ ଆଶା କରୁଛି ଯେ ମୁଁ ଯେତେଦିନ ପର୍ଯ୍ୟନ୍ତ ଭାରତ ପାଇଁ ଖେଳିବି ଏବଂ ଟ୍ରଫି ଜିତିବି, ଏବଂ ଏହା ସର୍ବଦା ମୋର ସେଥିପ୍ରତି ଧ୍ୟାନ ରହିବ। ଆପଣଙ୍କ ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ। ଆଗକୁ ବଢ଼ିବାର ସମୟ ଆସିଛି।"
ଆହୁରି ପଢ଼ନ୍ତୁ : ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲା: ୩ ଜଣକୁ ଅଟକ ରଖି ପଚରାଉଚରା
ଜାଣିରଖିବା ଉଚିତ ଯେ, ସ୍ମୃତି ମନ୍ଧାନା ଏବଂ ପଳାଶ ମୁଚ୍ଚଲ ୨୦୧୯ ମସିହାରୁ ଡେଟିଂ କରୁଥିଲେ ଏବଂ ୨୦୨୪ ରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । କିଛି ଦିନ ପୂର୍ବରୁ ସ୍ମୃତିଙ୍କୁ ପଳାଶ ଷ୍ଟାଡିୟମରେ ପ୍ରପୋଜ୍ ମଧ୍ୟ କରିଥିଲେ ଯାହାର ଫଟୋ ଏବଂ ଭିଡିଓ ଭାଇରାଲ୍ ହୋଇଥିଲା । ହେଲେ ବିବାହର ଠିକ୍ ପୂର୍ବରୁ ଦୁହିଁଙ୍କ ବିବାହ ହଠାତ୍ ଘୁଞ୍ଚିଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଲା । ପରେ ପରେ ଏହା ପଛରେ ପଳାଶ ମୁଚ୍ଚଲଙ୍କ ପ୍ରେମ ସମ୍ପର୍କ କାରଣ ବୋଲି କୁହାଯାଇଥିଲା । ହେଲେ ସ୍ମୃତି କିମ୍ବା ପଳାଶଙ୍କ ପକ୍ଷରୁ କିନ୍ତୁ ଏନେଇ କୌଣସି ବି ସଫେଇ ଦିଆଯାଇଥିଲା । ଶେଷରେ ସ୍ମୃତି ଏନେଇ ମୁହଁ ଖୋଲିବା ସହିତ ଇନଷ୍ଟାଗ୍ରାମରେ ବିବାହ ବାତିଲ୍ ହୋଇଥିବା ନେଇ ସୂଚନା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/12/07/smriti-mandhana-2025-12-07-14-05-33.webp)