ପୁଣି ଟିଭି ପରଦାକୁ ଫେରିବେ ସ୍ମୃତି ଇରାନୀ ; ସିରିଏଲ ‘କ୍ୟୁଁକି ସାସ୍‌ ଭି କଭି ବହୂ ଥି’ରେ ପୁଣି ନଜର  ଆସିବେ

ପୁଣି ଟିଭି ପରଦାକୁ ଫେରିବେ ସ୍ମୃତି ଇରାନୀ  । ହିନ୍ଦୀ ସିରିଏଲ ‘କ୍ୟୁଁକି ସାସ୍‌ ଭି କଭି ବହୂ ଥି’ରେ ପୁଣି ଆସିବେ ନଜର ।୨୦୧୪ ପରେ ରାଜନୀତିରେ ଥାପିଥିଲେ ପାଦ । ଅଭିନେତ୍ରୀରୁ ପାଲଟିଥିଲେ କେନ୍ଦ୍ରମନ୍ତ୍ରୀ ।

10

କନକ ବ୍ୟୁରୋ: ପୁଣି ଟିଭି ପରଦାକୁ ଫେରିବେ ସ୍ମୃତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତ୍ରୀ ସ୍ମୃତି ଇରାନୀ ପୁଣିଥରେ ଲୋକପ୍ରିୟ ହିନ୍ଦୀ ଟେଲିଭିଜନ ଧାରାବାହିକ ‘କ୍ୟୁଁକି ସାସ୍‌ ଭି କଭି ବହୂ ଥି’କୁ ଫେରିଛନ୍ତି । ଏହାର ପ୍ରିମିୟର ପୂର୍ବରୁ ସ୍ମୃତି ଇରାନୀ ତୁଲସୀ ବିରୱାନି ଚରିତ୍ରରେ ନଜର ଆସିଛନ୍ତି । ୨୦୦୦ରୁ ୨୦୦୮ରେ ହିନ୍ଦୀ ଧାରାବାହିକ ‘କ୍ୟୁଁକି ସାସ୍‌ ଭି କଭି ବହୂ ଥି’ ଟେଲିଭିଜନ ଦୁନିଆରେ ଲୋକପ୍ରିୟତା ହାସଲ କରିଥିଲା  । ଏହି ଧାରାବାହିକ ଜରିଆରେ ଅଭିନେତ୍ରୀ ସ୍ମୃତି ଇରାନୀ ଅଭୂତପୂର୍ବ ଲୋକପ୍ରିୟତା ଅର୍ଜନ କରିଥିଲେ  । ଗତ ସାଧାରଣ ନିର୍ବାଚନରେ ଆମେଥିରୁ ହାରିବା ପରେ ବର୍ତ୍ତମାନ ପୁଣିଥରେ ସ୍ମୃତି ସେହି ଟେଲିଭିଜନ ଧାରାବାହିକକୁ ଫେରୁଛନ୍ତି ।

ଟିଭି ପରଦାକୁ ଫେରିବେ ସ୍ମୃତି

ସ୍କ୍ରିନକୁ ଫେରିବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତ୍ରୀ ସ୍ମୃତି ଇରାନୀ 
ଲୋକପ୍ରିୟ ହିନ୍ଦୀ ଟେଲିଭିଜନ ଧାରାବାହିକ ‘କ୍ୟୁଁକି ସାସ୍‌ ଭି କଭି ବହୂ ଥି’ରେ ନଜର ଆସିବେ 
ଏହାର ପ୍ରିମିୟର ପୂର୍ବରୁ ସ୍ମୃତି ଇରାନୀ ତୁଲସୀ ବିରୱାନି ଚରିତ୍ରରେ ନଜର ଆସିଛନ୍ତି
ଏହାର ପ୍ରଥମ ଚିତ୍ର ସାମ୍ନାକୁ ଆସିଛି
୨୦୦୦ରୁ ୨୦୦୮ରେ ହିନ୍ଦୀ ଧାରାବାହିକ ‘କ୍ୟୁଁକି ସାସ୍‌ ଭି କଭି ବହୂ ଥି’ ଆସିଥିଲା
ଟେଲିଭିଜନ ଦୁନିଆରେ ବିଶେଷ ଲୋକପ୍ରିୟ ହୋଇଥିଲା ସିରିଏଲ୍
ଭାରତର କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବାରୁ ଏଥିରୁ ସେ  ବିରତି ନେଇଥିଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe