କନକ ବ୍ୟୁରୋ :  ଉଦିଆତାରା ଯୋଜନାରେ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍କୁଲରେ ଟିଭି ଲାଗିଛି । କୋଲାବିରା ବ୍ଲକ ରେଙ୍ଗାଲପାଲି ସ୍କୁଲରେ ଟିଭି ଖରାପ ହୋଇଯାଇଛି । ଟିଭି ସଜାଡ଼ିବା ପାଇଁ ଟିଭି ଉପରେ ଥିବା ଷ୍ଚିକର ଦେଖି ସଂପୃକ୍ତ କମ୍ପାନୀକୁ ଯୋଗାଯୋଗ କରିଥିଲେ ପ୍ରଧାନ ଶିକ୍ଷକ। ସେମାନଙ୍କ କହିବା ଅନୁସାରେ, ଟିଭି ପଛପଟେ ଲେଖାଥିବା ବାରକୋଡ ନମ୍ୱରଟି କମ୍ପାନୀକୁ ପଠାଇଥିଲେ । ଏହାପରେ କମ୍ପାନୀ କର୍ତ୍ତୃପକ୍ଷ କହିଥିଲେ, ଏ ଟିଭି ସଂପୃକ୍ତ କମ୍ପାନୀର ନୁହେଁ । ଏହାପରେ ଟିଭି କେଉଁ କମ୍ପାନୀର ବୋଲି ପ୍ରଶ୍ନ ଉଠାଇଛନ୍ତି ପ୍ରଧାନ ଶିକ୍ଷକ।

Advertisment

ଜିଲ୍ଲା ଖଣିଜ ପାଣ୍ଠି ଅର୍ଥରେ ଝାରସୁଗୁଡାର ୩ଟି ପୌର ପରିଷଦ ଓ ୫ଟି ବ୍ଲକରେ ସ୍କୁଲରେ ସ୍ମାର୍ଟ ଟିଭି ଓ ପିଇବା ପାଣି ପାଇଁ ଆକ୍ୱାଗାର୍ଡ ଲଗାଯାଇଥିଲା । ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ୨୦୨୩ ଅକ୍ଟୋବରରେ ଟେଣ୍ଡର ଡକାଯାଇଥିଲା । ଛତିଶଗଡ଼ର ଏକ କମ୍ପାନୀ ଟେଣ୍ଡର ୪୩ ଇଞ୍ଚର ସ୍ମାର୍ଟ ଟିଭି ଲଗାଇଛି । ୨ଶହ ସ୍କୁଲରେ ଏଲଜି କମ୍ପାନୀ ଷ୍ଟିକର ଲାଗିଥିବା  ଟିଭି ଲାଗିଛି । ଜିଲ୍ଲା ପ୍ରଶାସନରୁ ମିଳିଥିବା ତଥ୍ୟ ଅନୁସାରେ, ପ୍ରତ୍ୟେକ ଟିଭିର ମୂଲ୍ୟ ୩୫ ହଜାର ଟଙ୍କା । ହେଲେ ରେଙ୍ଗାଲପାଲି ସ୍କୁଲର ପ୍ରଧାନଶିକ୍ଷକଙ୍କ ଅଭିଯୋଗ ପରେ ଟିଭି ଗୁଡ଼ିକ କେଉଁ କମ୍ପାନୀର ବୋଲି ପ୍ରଶ୍ନ ଉଠିଛି ।

ଟିଭି ଲଗାଇଲା ପରେ କାହିଁକି ଉକ୍ତ କମ୍ପାନୀ ଟିଭି ଖୋଲ ଓ ଗାରେଣ୍ଟି କାର୍ଡ କାହିଁକି ଦେଉନାହିଁ । ତାକୁ ନେଇ ସନ୍ଦେହ ବଢୁଥିବା ବେଳେ ବଡ଼ ଧରଣର ଦୁର୍ନୀତିର ଗନ୍ଧ ବାରି ହେଉଛି।