କନକବ୍ୟୁରୋ : କୋରାପୁଟ ଜିଲ୍ଲା ଜୟପୁର ସହରରେ ବନ୍ଦ ହେବ ଟାଟା କମ୍ପାନିର ସ୍ମାର୍ଟ ମିଟର । ପୌର ବୈଠକରେ ହେଲା ନିଷ୍ପତ୍ତି । ସବୁ ଦଳର କାଉନସିଲର ଏନେଇ ମତ ଦେଇଛନ୍ତି । ସ୍ମାର୍ଟ ମିଟରକୁ ନେଇ ଚିନ୍ତାରେ କୋରାପୁଟ ଜିଲ୍ଲା ଜୟପୁର ବାସିନ୍ଦା । ଯେତିକି ବିଦ୍ୟୁତ୍ ବ୍ୟବହାର ହେଉନି, ତାଠାରୁ ଢେର ଅଧିକ ବିଲ୍ ଆସୁଛି । ସାଧାରଣ ଲୋକ ଠକେଇର ଶିକାର ହେଉଥିବା ଅଭିଯୋଗ ଆସୁଛି । ୪ ମାସ ପରେ ଜୟପୁର ପୌରପାଳିକାରେ ବସିଥିଲା ବୈଠକ । ବିଜୁଳି ବିଲ୍କୁ ନେଇ ଆଲୋଚନା ସମୟରେ ସ୍ମାର୍ଟ ମିଟର ଲଗାଇବାକୁ ନିଆଯାଇଛି ନିଷ୍ପତ୍ତି । ଯେଉଁଠି ମିଟର ଲାଗିଛି ତାକୁ ବାହାର କରିବାକୁ କମ୍ପାନିକୁ ତାଗିଦ କରାଯାଇଛି । ପ୍ରଥମେ ବଡ଼ ବଡ଼ ସହରରେ ଟାଟା କମ୍ପାନି ଏହି ମିଟର ଲଗାଉ ତା'ପରେ ଜୟପୁର କଥା ଚିନ୍ତା କରାଯିବ ।
ବିଧାନସଭାରେ ଅନେକ ଥର ସ୍ମାର୍ଟ ମିଟରକୁ ନେଇ ଚର୍ଚ୍ଚା ହୋଇଛି । ତଥାପି ମନମାନି କରୁଛି କମ୍ପାନି । ଏମିତି ଯୋଜନା ଆଣୁଛ କାହିଁକି ? ବୋଲି ପ୍ରଶ୍ନ କରିଛନ୍ତି ଜୟପୁର ବିଧାୟକ । ସେପଟେ ଟାଟା ପାୱାର୍ ଅଧିକାରୀ ଅଭିଯୋଗ ସ୍ୱୀକାର କରିବା ସହ ପୌରପାଳିକା ନିଷ୍ପତ୍ତି ସଂପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବେ ବୋଲି କହିଛନ୍ତି । ପୌର ପାଳିକା ବୈଠକରେ ହୋଇଥିବା ଏହି ନିଷ୍ପତ୍ତିକୁ ନଶୁଣିଲେ କମ୍ପାନି ବିରୋଧରେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯାଇଛି ।
ଜୟପୁର ସହରରେ ଲାଗିବନି ସ୍ମାର୍ଟ ମିଟର : ପୌରପରିଷଦ ବୈଠକରେ ବଡ଼ ନିଷ୍ପତ୍ତି
କୋରାପୁଟ ଜିଲ୍ଲା ଜୟପୁର ସହରରେ ବନ୍ଦ ହେବ ଟାଟା କମ୍ପାନିର ସ୍ମାର୍ଟ ମିଟର । ପୌର ବୈଠକରେ ହେଲା ନିଷ୍ପତ୍ତି । ସବୁ ଦଳର କାଉନସିଲର ଏନେଇ ମତ ଦେଇଛନ୍ତି
/kanak/media/media_files/2025/09/17/29-2025-09-17-18-14-45.jpg)