କନକ ବ୍ୟୁରୋ : ଏଣିକି ସବୁ ଗାଡ଼ିରେ ଲାଗିବ ସ୍ମାର୍ଟ ଡିଭାଇସ,ଯାହା ଫଳରେ ଆକ୍ସିଡେଣ୍ଟ କମିବ । ଆଇଆଇଟି ମାଡ୍ରାସ ସହ ଅନ୍ୟମାନଙ୍କ ସାଙ୍ଗରେ ଚୁକ୍ତି ହୋଇଛି । ଡ୍ରାଇଭର ଅନ୍ୟମନସ୍କ ହେଲେ କିମ୍ବା ଆଖି ଲାଖିଗଲେ ସ୍ମାର୍ଟ ଡିଭାଇସ ସାଇରନ୍ ଦେବ । ମଦପିଇ ଗାଡି ଚଳେଇଲେ ମଧ୍ୟ ଏକ ଶବ୍ଦ ଶୁଣାଯିବ । ଯାହା ଡ୍ରାଇଭରକୁ ସଚେତନ କରାଇବ । ରୋଡ ହିପ୍ନୋଟିଜମକୁ ମଧ୍ୟ ଏଡ଼ାଇବ ଏହି ଡିଭାଇସ । ଜାତୀୟ ସଡ଼କ ସୁରକ୍ଷା ମାସ କାର୍ୟ୍ୟକ୍ରମରେ ଏପରି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଓଡିଶା ଯାତ୍ରୀ ଆପ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଲା, ଉବର ସବୁ କମର୍ସିଆଲ ବେସିସ,ଅର୍ଥାତ ମିଡ଼ିଲ ମ୍ୟାନ ଲାଭବାନ ହେଉଛି । ଡ୍ରାଇଭର ମାନଙ୍କଠାରୁ କମିଶନ ନେଉଛି କମ୍ପାନୀ । ଏଥିରେ ସ୍ଵଛତା ଆଣିବା ପାଇଁ ରାଜ୍ୟ ସରକାରଙ୍କ ସହଯୋଗରେ ଏହି ଆପ କରାଯାଇଛି । ଓଡିଶା ଯାତ୍ରୀ ଆପ୍ ପ୍ରବାସୀ ଭାରତୀୟ ଦିବସରେ ମଧ୍ୟ ଲାଗିବ । ଏହାଦ୍ବାରା ଯାତ୍ରୀ ମାନେ ସୁରକ୍ଷିତ ଭାବେ ଯାତ୍ରା କରିବେ ।