କନକ ବ୍ୟୁରୋ: ବ୍ରାଜିଲ ଭୟଙ୍କର ବିମାନ ଦୁର୍ଘଟଣା । ୧୦ ଜଣଙ୍କ ମୃତ୍ୟୃ, ୧୭ରୁ ଅଧିକ ଆହତ । ଗ୍ରାମାଡୋରେ ଏକ ଦୋକାନ ଉପରେ ଗଳିପଡିବା ପରେ ଜଳିଗଲା ଛୋଟ ଘରୋଇ ବିମାନ । ବିମାନଟି ଉଡାଣ ଭରିବାର ଗୋଟିଏ ମିନିଟ ମଧ୍ୟରେ ଦୁର୍ଘଟଣାଗସ୍ତ ହୋଇଛି । ବିମାନଟି ପ୍ରଥମେ ଏକ ବିଲ୍ଡିଂରେ ମାଡ ହେବା ପରେ ଏକ ଫର୍ଣ୍ଣଚର ଦୋକନ ଉପରେ ପଡିଥିଲା । ଏନେଇ ବ୍ରାଜିଲ କତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଦୁର୍ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି । ପୁରା ବିମାନଟି ଜଳିଯାଇଥିବା ଦେଖିବାକୁ ମିଳିଛି । ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଘନ କୁହୁଡି ଯୋଗୁ ବିମାନଟି ଦୁର୍ଘଟଣାଗସ୍ତ ହୋଇଥିବା କୁହାଯାଉଛି । ସେପଟେ ବ୍ରାଜିଲର ଏକ ଯାତ୍ରୀବାସୀ ବସ-ଟ୍ରକ ଦୁର୍ଘଟଣାରେ ୩୮ ଜଣଙ୍କର ମୃତ୍ୟୁ ହୋଇଛି । ବସଟି ୪୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଦୁର୍ଘଟଣାର ଶୀକାର ହୋଇଥିଲା ।
Follow Us