କନକ ବ୍ୟୁରୋ: ଡ୍ରେନ୍ ସମସ୍ୟା ପାଇଁ ବସ୍ତି ବାସିନ୍ଦାଙ୍କ ପ୍ରତିବାଦ। ଆମେ ଗନ୍ଧରେ ଶଡୁଛୁ, ଘର ଭିତରେ ଡ୍ରେନ୍ ପାଣି ପଶୁଛି। ଭଲରେ ଖାଇ ପାରୁନୁ କି ଶୋଇ ପାରୁନୁ। ଆଉ ତମେ ମାନେ ଏଠି ଏସିରେ ଆରାମରେ ବସୁଛ। ଏଭଳି କହି ବିଏମ୍ସି କାର୍ୟ୍ୟାଳୟରେ ସିଟି ଇଞ୍ଜିନିୟରଙ୍କ ପ୍ରକୋଷ୍ଠରେ ପରିସ୍ରା କରି ପ୍ରତିବାଦ କରିଛନ୍ତି ବସ୍ତି ବାସିନ୍ଦା। ଏମାନେ ସମସ୍ତେ ୪୫ ନମ୍ବର ୱାର୍ଡ ଶବର ସାହିର ବାସିନ୍ଦା। ଗତକାଲି ବିଏମ୍ସି କାର୍ୟ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାରମ୍ବାର ଅଭିଯୋଗ ସତ୍ବେ ଡ୍ରେନ୍ କାମ ହେଉ ନଥିବାରୁ ଏଭଳି ପ୍ରତିବାଦ ଶୈଳୀ ଆପଣାଥିଲେ ଶବର ସାହି ବାସିନ୍ଦା। ସୂଚନା ଅନୁସାରେ, ଦୀର୍ଘ ଦିନ ହେଲା ସେମାନଙ୍କ ସାହିରେ ଡ୍ରେନ୍ କାମ ଅଧାରେ ଅଟକିଛି। ଏଥିପାଇଁ ଡ୍ରେନ୍ ପାଇଁ ୱେରେଜ୍ ଲାଇନ୍ରେ ପଶୁଛି। ଫଳରେ ଘର ଭିତରେ ମଳ ଓ ନର୍ଦ୍ଦମା ପାଣି ପଶୁଛି। ବାରମ୍ବାର ଗୁହାରି କରିଥିଲେ ବି ବିଏମସି ଡ୍ରେନ୍ କାମ କରି ନଥିବା ଅଭିଯୋଗ କରିଛନ୍ତି ବସ୍ତି ବାସିନ୍ଦା। ଯାହାକୁ ନେଇ ଏଭଳି ପ୍ରତିବାଦ କରିଥିଲେ। ତେବେ ଭୁବନେଶ୍ବର ମେୟର ସୁଲୋଚନା ଦାସ ଏହାକୁ ଖଣ୍ଡନ କରାଯାଉଛି। ଏଥିରେ କୌଣସି ସତ୍ୟତା ନାହିଁ ଓ ଘଟଣାକୁ ଅତିରଞ୍ଜିତ କରାଯାଉଛି।
ଡ୍ରେନ୍ ସମସ୍ୟା ପାଇଁ ବସ୍ତି ବାସିନ୍ଦାଙ୍କ ପ୍ରତିବାଦ: ବିଏମସି କାର୍ଯ୍ୟାଳୟର ଯନ୍ତ୍ରୀଙ୍କ ପ୍ରକୋଷ୍ଠରେ ପରିସ୍ରା କରି ବସ୍ତି ବାସିନ୍ଦାଙ୍କ ପ୍ରତିବାଦ, ମେୟର କହିଲେ, ଘଟଣାରେ ନାହିଁ ସତ୍ୟତା, କରାଯାଉଛି ଅତିରଞ୍ଜିତ
Advertisment
Follow Us